fbpx

ଆସିଲା କି କରୋନାର ତୃତୀୟ ଲହର? କେବଳ ଜୟପୁରରେ ୧୦ ହଜାରରୁ ଅଧିକ ଶିଶୁ ପଜିଟିଭ୍‌

Advertisement

ଜୟପୁର: କରୋନାର ତୃତୀୟ ଲହରରେ ପିଲାମାନେ ପ୍ରଭାବିତ ହେବେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି କି, କ’ଣ କରୋନାର ତୃତୀୟ ଲହର ଆସିଗଲାଣି କି? କାରଣ ରାଜସ୍ଥାନରେ ଅପ୍ରେଲ ଓ ମେ’ ମାସରେ ବହୁ ସଂଖ୍ୟକ ଶିଶୁ କରୋନାର ଶିକାର ହୋଇଛନ୍ତି । ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ରାଜଧାନୀ ଜୟପୁରରେ ଆଶ୍ଚର୍ଯ୍ୟକର ପଜିଟିଭ ମାମଲା ସାମ୍ନାକୁ ଆସିଛି । ଅପ୍ରେଲ ଓ ମେ’ ମାସରେ ୧୦ ବର୍ଷରୁ ଅଧିକ ପ୍ରାୟ ୩,୫୦୦ ପିଲା କରୋନା ପଜିଟିଭ ହୋଇଥିବା ବେଳେ ୧୧ରୁ ୨୦ ବର୍ଷ ବୟସ ମଧ୍ୟରେ ପ୍ରାୟ ୧୦ ହଜାରରୁ ଅଧିକ ଶିଶୁ କରୋନା ପଜିଟିଭ ହୋଇଛନ୍ତି । ଏଥିରୁ ଅନୁମାନ ଲଗାଯାଇପାରିବ କି ସାରା ରାଜ୍ୟର ଶିଶୁ ପଜିଟିଭ ହାର କେତେ ଥିବ ।

ତେବେ କରୋନାର ଦ୍ୱିତୀୟ ଲହରରେ ନୂଆ ମାମଲା ଧିରେ ଧୀରେ କମ୍ ହେବାରେ ଲାଗିଛି । କିନ୍ତୁ ଏବେଠାରୁ ତୃତୀୟ ଲହରକୁ ନେଇ ଚିନ୍ତା ବଢିଯାଇଛି । କୁହାଯାଉଛି ଯେ ତୃତୀୟ ଲହରରେ ଅଧିକ ଶିଶୁ ପ୍ରଭାବିତ ହେବେ, କିନ୍ତୁ ରାଜସ୍ଥାନରେ ଦ୍ୱିତୀୟ ଲହରରେ ଶିଶୁମାନେ ସଂକ୍ରମିତ ହେବାରେ ଲାଗିଲେଣି । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଏପ୍ରିଲ ଓ ମେ’ ମାସରେ ଜୟପୁରରେ ୧୦ ବର୍ଷ ପର୍ଯ୍ୟନ୍ତ ୩ ହଜାର ୫୮୯ ଓ ୧୧ରୁ ୨୦ ବର୍ଷ ପର୍ଯ୍ୟନ୍ତ ୧୦ ହଜାର ୨୨ ଶିଶୁ କରୋନା ପଜିଟିଭ ହୋଇଛନ୍ତି ।

Get real time updates directly on you device, subscribe now.