fbpx

ପୁଅ ଅନନ୍ତଙ୍କ ବିବାହ ପୂର୍ବରୁ ଅମ୍ବାନୀ ପରିବାର କରିବେ ଏହି ଶୁଭ କାର୍ଯ୍ୟ, ନବ ଦମ୍ପତ୍ତିଙ୍କୁ ମିଳିବ ଆଶୀର୍ବାଦ

Advertisement

ମୁମ୍ବାଇ: ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା । ଏଥିପାଇଁ ଅମ୍ବାନୀ ପରିବାର ଜୋରଦାର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀ ସେମାନଙ୍କ ପୁଅ ଅନନ୍ତଙ୍କ ବିବାହ ପୂର୍ବରୁ ଏକ ବିଶେଷ ଉତ୍ସବର ଆୟୋଜନ କରିବାକୁ ଯାଉଛନ୍ତି । ଏନେଇ ସମସ୍ତଙ୍କ ମନରେ ଉତ୍ସୁକତା ବଢ଼ିବାରେ ଲାଗିଛି ।

ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବକୁ ନେଇ ଅମ୍ବାନୀ ପରିବାରରେ ଏକ ପ୍ରକାର ଖୁସିର ଲହରୀ ଖେଳିଯାଇଛି । ଏଥିପାଇଁ ଅନନ୍ତଙ୍କ ମାଆ ନୀତା ଅମ୍ବାନୀ ଧର୍ମନଗରୀ କାଶୀରେ ବାବା କାଶୀ ବିଶ୍ୱନାଥ ଓ ମାତା ଅନ୍ନପୂର୍ଣ୍ଣା ଦେବୀଙ୍କୁ ଅନନ୍ତ ଏବଂ ରାଧିକାଙ୍କ ବିବାହ ନିମନ୍ତ୍ରଣ କାର୍ଡ଼ ଦେଇଛନ୍ତି । ବାସ୍ତବରେ ପୁଅ ଅନନ୍ତଙ୍କ ପ୍ରି- ୱେଡିଂ ବିବାହ ସମାରୋହର ଅଂଶ ଭାବରେ ଅମ୍ବାନୀ ପରିବାର ମହାରାଷ୍ଟ୍ରର ପାଲଘର ସ୍ଥିତ ଗରୀବ ଲୋକଙ୍କ ପାଇଁ ସାମୁହିକ ବିବାହର ଆୟୋଜନ କରିବେ । ଜୁଲାଇ ୨ ତାରିଖ ସନ୍ଧ୍ୟା ୪ଟା ୩୦ରେ ଏହି ସମାରୋହ ଆୟୋଜିତ ହେବ । ଏହି ସାମୁହିକ ବିବାହ ସହ ଜଡ଼ିତ ଏକ ନିମନ୍ତ୍ରଣ କାର୍ଡ଼ ମଧ୍ୟ ସେୟାର ହୋଇଛି ।

Get real time updates directly on you device, subscribe now.