ସବୁଠାରୁ ଅଧିକ ଟିକସ ଦେଇଛନ୍ତି ଏହି ସେଲିବ୍ରିଟି, ତାଲିକାରେ ରହିଛି କ୍ରିକେଟ ଷ୍ଟାରଙ୍କ ନାମ

ମୁମ୍ବାଇ: ପ୍ରତି ବର୍ଷ ଆୟକର ବିଭାଗ ବ୍ୟକ୍ତିଙ୍କ ଆୟ ଆଧାରରେ ଟିକସ ସଂଗ୍ରହ କରିଥାଏ । ଠିକ୍ ସମୟରେ ଆୟକର ଦେବା ଏବଂ ସେମାନଙ୍କ ଆୟ ବିଷୟରେ ସମସ୍ତ ସୂଚନା ବିଭାଗକୁ ଦେବା ଜଣେ ଉତ୍ତମ ନାଗରିକର ଲକ୍ଷଣ ଅଟେ । ତେବେ ଆୟକର ଦେବା ତାଲିକାରେ ରାଜନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ମଧ୍ୟ ସାମିଲ ଅଛନ୍ତି ।

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କରଦାତାଙ୍କ ତାଲିକାରେ ସମସ୍ତଙ୍କୁ ପଛରେ ପକାଇ ଶୀର୍ଷରେ ରହିଛନ୍ତି ଏହି ସେଲିବ୍ରିଟି । ଏହି ସେଲିବ୍ରିଟି ହୁରୁନ୍ ଇଣ୍ଡିଆ ୨୦୨୪ର ସବୁଠାରୁ ଧନୀ ଅଭିନେତା ଭାବେ ମଧ୍ୟ ଶୀର୍ଷରେ ରହିଥିଲେ । ତେବେ ଆସନ୍ତୁ ଜାଣିବା ଶୀର୍ଷ ୫ କରଦାତାଙ୍କ ବିଷୟରେ ।

୧. ବିଜୟ ଚନ୍ଦ୍ରଶେଖର: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ହେଉଛନ୍ତି ବିଜୟ । ନିକଟରେ G.O.A.T ଫିଲ୍ମରେ ତାଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସେ ଏକ ରାଜନୈତିକ ଦଳ ସ୍ଥାପନା କରି ଫିଲ୍ମରୁ ଦୂରେଇଯିବାର ସଂକେତ ଦେଇଛନ୍ତି । ସେ ୮୦ କୋଟି ଟଙ୍କା ଟିକସ ଦେଇ ଦ୍ୱିତୀୟ ନମ୍ବରରେ ଅଛନ୍ତି ।

୨. ସଲମାନ ଖାନ୍‌: ବଲିଉଡର ଭାଇଜାନ୍ ଭାବେ ପରିଚିତ ସଲମାନ ଖାନ୍ । ‘ବିଗ୍ ବସ୍‌’ରେ ହୋଷ୍ଟ ଭାବରେ ତାଙ୍କୁ ଟିଭି ପରଦାରେ ଦେଖିବାକୁ ମିଳିଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସେ ମୋଟ୍ ୭୫ କୋଟି ଟଙ୍କା ଟିକସ ଦେଇ ତୃତୀୟ ନମ୍ବରରେ ଅଛନ୍ତି ।

୩. ଅମିତାଭ ବଚ୍ଚନ: ଶେହେନଶାହ ଓ ବିଗ୍ ବି ଭାବରେ ପରିଚିତ ଅମିତାଭ ବଚ୍ଚନ ସଲମାନଙ୍କ ଠାରୁ ୪ କୋଟି ଟଙ୍କା କମ୍ ଦେଇଛନ୍ତି । ସେ ୭୧ କୋଟି ଟଙ୍କା ଟିକସ ଦେଇ ୪ର୍ଥ ନମ୍ବରରେ ଅଛନ୍ତି ।

୪. ବିରାଟ୍ କୋହଲି: ବଲିଉଡ୍ ସୁନ୍ଦରୀ ଅନୁଷ୍କା ଶର୍ମାଙ୍କ ସ୍ୱାମୀ ତଥା କିଙ୍ଗ୍ କୋହଲିଙ୍କ ନାଁ ମଧ୍ୟ କରଦାତାଙ୍କ ତାଲିକାରେ ଶୀର୍ଷ ୫ରେ ସାମିଲ ରହିଛି । ସେ ୬୬ କୋଟି ଟଙ୍କା ଟିକସ ଦେଇ ତାଲିକାରେ ୫ମ ସ୍ଥାନ ଅକ୍ତିଆର କରିଛନ୍ତି ।

୫. ଶାହରୁଖ ଖାନ୍‌: ବକ୍ସ ଅଫିସରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ଶାହରୁଖ ଖାନ୍ । ଏଥିମଧ୍ୟରେ ୨୦୨୩-୨୪ରେ ରିଲିଜ ହୋଇଥିବା ‘ପଠାନ୍‌’ ଓ ‘ଜବାନ’ ମଧ୍ୟ ବକ୍ସ ଅଫିସରେ ଭଲ ଆୟ କରିଥିଲା । ଶାହରୁଖ ଖାନ୍ ମୋଟ୍ ୯୨ କୋଟି ଟଙ୍କା ଟିକସ ଦେଇ ଶୀର୍ଷ ଟିକସଦାତା ହୋଇଯାଇଛନ୍ତି ।