fbpx

ରାଜ୍ୟରେ ୧୨ ଘଣ୍ଟା ପାଇଁ ବନ୍ଦ ରହିବ ଏହି ସହର: ଜାଣନ୍ତୁ କାହିଁକି?

ଉଦଳା(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୨ ଘଣ୍ଟା ପାଇଁ ବନ୍ଦ ରହିବ କପ୍ତପଦା ଉପଖଣ୍ଡ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ରେଳ ସଂଯୋଗ ଦାବିରେ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ରେଳ ସଂଯୋଗ ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନ୍ଦ ପାଳନ ଯୋଗୁଁ ଦୋକାନ, ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ଠପ୍ ହୋଇଛି ।

ଏହା ପୂର୍ବରୁ ରାଜ୍ୟରେ ୧୨ ଘଣ୍ଟା ପାଇଁ ବନ୍ଦ ରହିଥିଲା ବରଗଡ଼ ସହର । ସଚେତନ ନାଗରିକ କମିଟି ପକ୍ଷରୁ ବରଗଡ଼ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଥିଲା । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହୋଇଥିଲା । ଛାତ୍ର ମୃତ୍ୟୁ ମାମଲାର ନିରପେକ୍ଷ ତଦନ୍ତ ଦାବି ହେବ ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା । ବରଗଡ଼ ସହରର ବିଭିନ୍ନ ସଙ୍ଗଠନ ଏହି ବନ୍ଦ ଆହ୍ୱାନ ଦେଇଥିଲେ । ବରଗଡ଼ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବନ୍ଦ ପାଳନ ହୋଇଥିଲା ।

Get real time updates directly on you device, subscribe now.