fbpx

UPI ଟ୍ରାଞ୍ଜାକ୍ସନରେ ପ୍ରତି ମାସରେ ୬୨୫ ଟଙ୍କା କ୍ୟାସବ୍ୟାକ୍ ଦେଉଛି ଏହି ବ୍ୟାଙ୍କ, ବିଶ୍ୱାସ ନହେଉଥିଲେ ନିଜେ ଦେଖନ୍ତୁ

ଯଦି ଆପଣ ମଧ୍ୟ ୟୁପିଆଇ ମାଧ୍ୟମରେ କାରବାର କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଲାଭଦାୟକ । ନିକଟରେ ୟୁପିଆଇକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଘରୋଇ ବ୍ୟାଙ୍କ ବମ୍ପର କ୍ୟାସବ୍ୟାକ୍ ଅଫର ସହିତ ଆସିଛିି । ଯେଉଁ କାରଣରୁ ଗ୍ରାହକମାନେ ପ୍ରତ୍ୟେକ କାରବାର ପାଇଁ କ୍ୟାସବ୍ୟାକ୍ ଜିତିବାର ସୁଯୋଗ ପାଇବେ ।

ବାସ୍ତବରେ ଘରୋଇ କ୍ଷେତ୍ର ଡିସିବି ବ୍ୟାଙ୍କ ହାପି ସେଭିଂ ଆକାଉଣ୍ଟ ଲଞ୍ଚ କରିଛି । ଏହି ସଞ୍ଚୟ ଆକାଉଣ୍ଟ ବିଷୟରେ ବିଶେଷ କଥା ହେଉଛି ଯେ ଆପଣ ଏହି ଆକାଉଣ୍ଟ ମାଧ୍ୟମରେ ୟୁପିଆଇ କାରବାର କରି ପ୍ରତି ମାସରେ ୬୨୫ ଟଙ୍କା ପର୍ଯ୍ୟନ୍ତ ଜିତିପାରିବେ ।
ବାର୍ଷିକ ୭୫୦୦ ଟଙ୍କା କ୍ୟାସବ୍ୟାକ୍ :-

ଡିସିବି ବ୍ୟାଙ୍କ ଅନୁଯାୟୀ, ହାପି ସେଭିଂ ଆକାଉଣ୍ଟରୁ ୟୁପିଆଇ ମାଧ୍ୟମରେ ଡେବିଟ୍ କାରବାର ଉପରେ ବର୍ଷକୁ ୭,୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଦିଆଯାଏ । ଏଥିପାଇଁ ସର୍ବନିମ୍ନ ୫୦୦ ଟଙ୍କା ମୂଲ୍ୟର ୟୁପିଆଇ କାରବାର କରିବାକୁ ପଡିବ । ଏହି କ୍ୟାସବ୍ୟାକ୍ ବ୍ୟାଙ୍କ ଦ୍ୱାରା କେବଳ ଡେବିଟ୍ କାରବାର ଉପରେ ଦିଆଯିବ ।

ତ୍ରୈ ମାସରେ କରାଯାଇଥିବା କାରବାର ଆଧାରରେ କ୍ୟାସବ୍ୟାକ୍ ଦିଆଯିବ ଏବଂ ଏକ ତ୍ରୈମାସିକ ଶେଷ ହେବା ପରେ ଆକାଉଣ୍ଟକୁ କ୍ରେଡିଟ୍ କରାଯିବ । ହାପି ସେଭିଂ ଆକାଉଣ୍ଟଧାରୀମାନେ ଏକ ମାସରେ ସର୍ବାଧିକ ୬୨୫ ଟଙ୍କା ଏବଂ ଗୋଟିଏ ବର୍ଷରେ ସର୍ବାଧିକ ୭,୫୦୦ ଟଙ୍କା ପାଇବେ ।

ୟୁପିଆଇ କାରବାର ବୃଦ୍ଧି

ଦେଶରେ ୟୁପିଆଇ କାରବାର ପ୍ରତି ମାସରେ ନୂଆ ରେକର୍ଡ ସୃଷ୍ଟି କରୁଛି । ଲୋକମାନେ ନଗଦ କାରବାର ପରିବର୍ତ୍ତେ ଅନଲାଇନ୍ ୟୁପିଆଇ ମାଧ୍ୟମରେ କାରବାର କରିବା ଅଧିକ ସଠିକ୍ ଏବଂ ସହଜ ମନେ କରୁଛନ୍ତି । ଏନପିସି ଅନୁଯାୟୀ, ଡିସେମ୍ବର ମାସରେ ୟୁପିଆଇ ମାଧ୍ୟମରେ କାରବାର ପ୍ରାୟ ୧୭.୪ ଟ୍ରିଲିୟନ ଟଙ୍କାରେ ପହଞ୍ଚିଛି । ଏଭଳି ପରିସ୍ଥିତିରେ ୨୦୨୭ ଆର୍ôଥକ ବର୍ଷ ସୁଦ୍ଧା ୟୁପିଆଇ କାରବାର ସଂଖ୍ୟା ଦିନକୁ ୧୦୦ କୋଟି ଅତିକ୍ରମ କରିବ ବୋଲି ଆଶା କରାଯାଉଛି । ଆକଳନ କରାଯାଇଛି ଯେ ପାଞ୍ଚ ବର୍ଷ ମଧ୍ୟରେ ଦୋକାନଗୁଡିକରେ ୯୦ ପ୍ରତିଶତ କାରବାର ୟୁପିଆଇ ମାଧ୍ୟମରେ ହେବ ।

Get real time updates directly on you device, subscribe now.