fbpx

ପରଟା ସହ ଚା’ କରୁଛନ୍ତି କି ସେବନ ? ଡାଇବେଟିସ ସହ ହୋଇପାରେ ଏହିସବୁ ସମସ୍ୟା

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ଖାଦ୍ୟ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ। ସଠିକ ଖାଦ୍ୟ ଖାଇବା ଦ୍ୱାରା ଉତ୍ତମ ନିଦ, ମନ ଓ ମସ୍ତିଷ୍କ ଶାନ୍ତ ରହିବା, ଉତ୍ତମ ପାଚନ କ୍ରିୟା, ରକ୍ତରେ ଶର୍କରାର ମାତ୍ରା ସଠିକ , ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ। ମାତ୍ର ଭୁଲ ଖାଦ୍ୟପେୟ ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବା ସହ ଭୋକ ନହେବା, ଏସିଡିଟି, ଅନିଦ୍ରା, ପେଟ ଜନିତ ଅନେକ ସମସ୍ୟା ହୋଇଥାଏ। ତେବେ ସକାଳ କିମ୍ବା ସନ୍ଧ୍ୟା ସମୟରେ ଜଳଖିଆରେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଅଧିକାଂଶ ଚା’ ସହ ପରଟା ଖାଇବାକୁ ପସନ୍ଦ କରିଥାଆନ୍ତି। ଏହାକୁ ଖୁବ ଶୀଘ୍ର ପ୍ରସ୍ତୁତ ମଧ୍ୟ କରାଯାଇଥାଏ। ମାତ୍ର ଆପଣ ହୁଏତ ଜାଣିନଥିବେ, ଏହା ଖାଇବାକୁ ସ୍ୱାଦିଷ୍ଟ ଲାଗିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଆପଣଙ୍କୁ ଯଦି ଚା’ ସହ ପରଟା ଖାଇବାକୁ ପସନ୍ଦ ଓ ନିୟମିତ ରୂପରେ ଏହାକୁ ଖାଉଥିବେ, ତେବେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ….

-ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ଚା’ ସହ ପରଟା ଖାଇବା ଦ୍ୱାରା ଶରୀରରେ ଆଇରନର ଅଭାବ ହୋଇଥାଏ। ଅନ୍ୟ ଖାଦ୍ୟରୁ ସଠିକ୍‌‌ ଭାବେ ଆଇରନ ଅବଶୋଷଣ ହୋଇ ପାରିନଥାଏ। ତେଣୁ ଚା’ ସହ ପରଟା ଖାଇବାକୁ ବାରଣ କରାଯାଇଥାଏ। ଆପଣ ଯଦି ଏନିମିଆ ରୋଗୀ ତେବେ ଚା’ ସହ ପରଟା ଆଦୌ ସେବନ କରନ୍ତୁ ନାହିଁ।

-ଚା’ ସହ ପରଟା ଖାଇବା ଦ୍ୱାରା କୋଲେଷ୍ଟେରୋଲ୍‌‌ ସମସ୍ୟା ସୃଷ୍ଟି ହୋଇଥାଏ। ପରଟାରେ ଥିବା ଏକ ପ୍ରକାର ଫ୍ୟାଟ୍‌‌ ଶରୀରରେ କୋଲେଷ୍ଟେରୋଲ୍‌‌କୁ ବୃଦ୍ଧି କରିଥାଏ। ତେଣୁ ଏହାକୁ ନିୟମିତ ସେବନ କଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

-ଜଳଖିଆରେ ଚା’ ସହ ପରଟା ଏକାଠି ଖାଇବା ଦ୍ୱାରା ମଧୁମେହ ହେବାର ସମ୍ଭାବନା ଅଧିକ ଥାଏ। ଏହା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି କରିଥାଏ।

-ଜଳଖିଆରେ ନିୟମିତ ଭାବେ ଚା’ ସହ ପରଟା ସେବନ କଲେ ଏସିଡିଟି ସମସ୍ୟା ସୃଷ୍ଟି ହୋଇଥାଏ। ଏହା ସହ ବଦହଜମି ଓ ପାଚନ ଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ।

 

Get real time updates directly on you device, subscribe now.