fbpx

ଜଣେ କି ଦୁଇ ଜଣ ନୁହେଁ, ବରଂ ୮୫ ଯୁବତୀଙ୍କ ସହ ଏପରି କାମ କରୁଥିବା ଯୁବକ: ଏପରି ଜାଣିଦେଲା ପ୍ରେମିକା

ୱାଶିଂଟନ୍: ପ୍ରାୟତଃ ଆପଣଙ୍କ ଆଖପାଖର ପୁରୁଷମାନେ ଜଣେ କି ୨ ଜଣଙ୍କ ସହ ଫ୍ଲର୍ଟ କରୁଥିବା ତ ଦେଖିଥିବେ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆମେରିକାର ଜଣେ ପୁରୁଷ ଏକା ସାଙ୍ଗରେ ୮୫ ମହିଳାଙ୍କ ସହ ଫ୍ଲଟ୍ କରିଛନ୍ତି । ଏହି ଯୁବକର ପୂର୍ବର ଏକ ପ୍ରେମିକା ଥିବା ବେଳେ ସେ ଅନ୍ୟ ଝିଅମାନଙ୍କ ସହ ଫ୍ଲର୍ଟ କରିବାକୁ ପଛାଇନଥିଲା । ଏହାର ଖୁଲାସା ଖୋଦ୍ ତାର ପ୍ରେମିକା ହିଁ କରିଛନ୍ତି । ସେହି ମହିଳା ଜଣକ ନିଜେ ଟିକଟକରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଏଥିରେ ସେ କହିଛନ୍ତି ଯେ, ତାଙ୍କ ପ୍ରେମିକ ଏକ ଡେଟିଂ ଆପ୍ ମାଧ୍ୟମରେ ୮୫ ଝିଅଙ୍କୁ ସମାନ ପଠାଇଥିଲା । ଅବଶ୍ୟ ଝିଅମାନେ କିଛି ବି ଉତ୍ତର ଦେଇନଥିଲେ ।

ସୂଚନା ଅନୁସାରେ, ନିଜ ପ୍ରେମିକର କାର୍ଯ୍ୟକୁ ସମସ୍ତଙ୍କ ସାମ୍ନାକୁ ଆଣିଥିବା ମହିଳାଙ୍କ ନାଁ ହେଉଛି ଟୋରୀ । ଟୋରୀ ତାଙ୍କ ଟିକଟକ୍ ଆକାଉଣ୍ଟରୁ ଏକ ଭିଡିଓ ସେୟାର କରିଛନ୍ତି । ଟୋରୀ କହିଛନ୍ତି ଯେ, ସେ ପ୍ରେମିକର ମୋବାଇଲରେ ଡେଟିଂ ଆପ୍ ଦେଖିଥିଲେ । ଏହା ପରେ ସେ ନିଜ ପ୍ରେମିକର ସତ୍ୟତା ସମସ୍ତଙ୍କ ସାମ୍ନାକୁ ଆଣିଥିଲେ । ସେ ସମସ୍ତ ଝିଅମାନଙ୍କୁ ସମାଜ ମେସେଜ୍ ପଠାଉଥିଲା । ଏହା ପରେ ସେ କହିଛନ୍ତି ଯେ, ‘ଅନ୍ୟ ଝିଅମାନଙ୍କ ସହ କଥା ହେବାକୁ ତାଙ୍କ ମନରେ ଥିବା ଉତ୍ସାହକୁ ଦେଖି ମୟମୋ ହୃଦୟ ଭାଙ୍ଗିଗଲା । ସେ ମୋତେ ପ୍ରତାରଣା କରିବାକୁ ଚାହୁଁଥିଲା, କିନ୍ତୁ ଧୋକା ଦେଇପାରିଲା ନାହିଁ ।’

Get real time updates directly on you device, subscribe now.