ନୂଆଦିଲ୍ଲୀ: ସକାଳୁ ସକାଳୁ ଅରୁଣାଚଳ ପ୍ରଦେଶରୁ ଆସିଛି ଏକ ବଡ ଖବର । ରାଜ୍ୟରେ ସୂର୍ଯ୍ୟୋାଦୟ ସାଙ୍ଗକୁ ଆସିଛି ଏକ ବଡ ଧରଣର ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି ।
ତେବେ ଭୂମିକମ୍ପରେ କୌଣସି ବଡ କ୍ଷତି ହୋଇଥିବା ନେଇ ଏ ପର୍ଯ୍ୟନ୍ତ କିଛି ସୂଚନା ମିଳିନାହିଁ । ସକାଳ ୬.୫୬ ସମୟରେ ଅରୁଣାଚଳ ପ୍ରଦେଶରେ ଏକ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ଝଟକା ଜାଣିବା ପରେ ସମସ୍ତେ ନିଜ ଘରୁ ବାହାରି ପଦାକୁ ଚାଲି ଆସିଛନ୍ତି । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳୀ ଉତ୍ତର ପାଭ୍ଗିନ ଅଞ୍ଚଳରେ ହୋଇତିବା କହିଛି ନେସନାଲ ସେଣ୍ଟର ଫର ସିସ୍ମୋଲୋଜି । ଗତ ବୁଧବାର ୧୦.୨୪ସମୟରେ ଲଦାଖରେ ମଧ୍ୟ ଏ ଛୋଟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ସେଠାରେ ଏହାର ତୀବ୍ରତା ୪.୬ ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି । କାରଗିଲର ୩୨୮ କିଲୋମିଟର ଉତ୍ତରରେ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା ।