fbpx

ଦେଶର ୧୩ ବିମାନବନ୍ଦରକୁ ବୋମାରେ ଉଡାଇଦେବାକୁ ଧମକ: ସର୍ଚ୍ଚ ଅପରେସନ ଜାରି

Advertisement

ନୂଆଦିଲ୍ଲୀ: ବିମାନବନ୍ଦର କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ୍)କୁ ରବିବାର (ମେ ୧୨) ଏକ ଇ-ମେଲ୍ ମିଲ୍ ଦ୍ୱାରା ଦେଶର ୧୩ ବିମାନବନ୍ଦରକୁ ଉଡ଼ାଇ ଦିଆଯିବ ବୋଲି ଧମକ ମିଳିଛି । ବୋମା ଧମକ ପାଇବା ପରେ ଲଖନଉର ଚୌଧରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନବନ୍ଦର, ଭୋପାଳ, ପାଟନା, ଜାମ୍ମୁ ଏବଂ ଜୟପୁର ବିମାନବନ୍ଦରରେ ଆତଙ୍କ ଖେଳିଯାଇଛି ।

ଏହି ମେଲ୍ ଦ୍ୱିପହର ୩.୦୫ ରେ ଗ୍ରହଣ କରାଯାଇଥିଲା, ଯାହା ପରେ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ତେବେ ଏହି ସମୟ ମଧ୍ୟରେ କୌଣସି ସନ୍ଦେହଜନକ ଜିନିଷ ମିଳିଲା ନାହିଁ ।

ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନବନ୍ଦର ଆମୌସି ସମେତ ଦେଶର ୧୩ ବିମାନବନ୍ଦରକୁ ବୋମାରେ ଉଡାଇ ଦେବା ପାଇଁ ଧମକ ଦିଆଯାଇଥିଲା । ଏହି କାରଣରୁ ଆମୌସି ବିମାନବନ୍ଦରର ସୁରକ୍ଷା କର୍ମୀମାନେ ତୁରନ୍ତ ସକ୍ରିୟ ହୋଇଗଲେ । ବୋମା ନିଷ୍କାସନ ସ୍କ୍ୱାର୍ଡ ମଧ୍ୟ ପୋଲିସ ସହିତ ବିମାନବନ୍ଦରରେ ପହଞ୍ଚିଥିଲା । ସେଠାରେ ଉପସ୍ଥିତ ଥିବା ବିମାନ ସହିତ ସମଗ୍ର କମ୍ପେ୍ଲକ୍ସର ଯାଞ୍ଚ କରାଯାଇଥିଲା । ଏହି ଅବଧି ମଧ୍ୟରେ କିଛି ମିଳିନଥିଲା ନାହିଁ । ପ୍ରାୟ ଏକ ଘଣ୍ଟା ପରେ ବିମାନବନ୍ଦରରେ ପରିବେଶ ସ୍ୱାଭାବିକ ହେଲା ।

ପୋଲିସର ସୂଚନାନୁସାରେ, ରବିବାର ଅପରାହ୍ନ ପ୍ରାୟ ୩ ଟା ସମୟରେ ସିଏସଏଫ୍ କାର୍ଯ୍ୟାଳୟକୁ ଏକ ଇ-ମେଲ୍ ଆସିଥିଲା । ଆମୌସି ବ୍ୟତୀତ ବାଗଡୋଗ୍ରା, ଭୋପାଳ, ପାଟନା, ଜାମ୍ମୁ ଏବଂ ଜୟପୁର ସମେତ ୧୩ ବିମାନବନ୍ଦରର ନାମ ଲେଖାଯାଇଥିଲା । କିଛି ସମୟ ମଧ୍ୟରେ ଏହି ବିମାନବନ୍ଦରଗୁଡିକ ଉପରେ ବୋମା ବିସ୍ଫୋରଣ କରାଯିବ ବୋଲି ଧମକ ଦିଆଯାଇଥିଲା ।

Get real time updates directly on you device, subscribe now.