fbpx

Tim Cookଙ୍କ ବଡ଼ ଘୋଷଣା: ଏହି ଦିନ ଲଞ୍ଚ୍ ହେବ iPhone 16ର ୪ଟି ମଡେଲ, ଲିକ୍ ହେଲା ମୂଲ୍ୟ

ନୂଆଦିଲ୍ଲୀ: ଆପଲ କମ୍ପାନୀ iPhoneର ନୂଆ ନୂଆ ମଡେଲ ଲଞ୍ଚକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ଗ୍ରାହକଙ୍କ ମଧ୍ୟରେ iPhoneର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି କମ୍ପାନୀ iPhone 16 ସରିଜ୍ ଲଞ୍ଚ୍ କରିବାକୁ ଯାଉଛି । ଏନେଇ ଆପଲ କମ୍ପାନୀର ସିଇଓ ଟିମ୍ କୁକ୍‌(Tim Cook) ବଡ଼ ଘୋଷଣା କରିଛନ୍ତି ।

ଆପଲ iPhone 16 ସିରିଜର ଲଞ୍ଚିଂ ତାରିଖକୁ ନେଇ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରାଯାଇଥିଲା । ଆପଲର ଏକ ଅଫିସିଆଲ ବିବୃତ୍ତି ଅନୁଯାୟୀ ଏଭଳି ଏକ ମେସେଜ୍ ସାମ୍ନାକୁ ଆସିଛି- ‘It’s Glowtime’ । ଏହା ବହୁତ ଇଣ୍ଟ୍ରେଷ୍ଟିଂ ଅଟେ କିନ୍ତୁ କଣ ଏହାର ଅର୍ଥ, ଏହା ଏକ ପ୍ରହେଲିକା । ଆସନ୍ତା ୯ ସେପ୍ଟେମ୍ବରକୁ ଆପଲ ପାର୍କରେ ଏକ ଇନ୍ ପର୍ସନ ଇଭେଣ୍ଟ ହେବ । ଏହି ଲଞ୍ଚ୍ ଇଭେଣ୍ଟର ଲାଇଭ୍ ଷ୍ଟ୍ରିମ୍ ୟୁଟ୍ୟୁବ୍ ଚାନେଲରେ ଦେଖିପାରିବେ । ଭାରତରେ ଏହା ରାତି ୧୦ଟା ୩୦ରେ ଆରମ୍ଭ ହେବ ।

ଆପଲର ୪ଟି iPhone ମଡେଲ ଯଥା iPhone 16, iPhone 16 Plus, iPhone 16 Pro, iPhone 16 Pro Max ଲଞ୍ଚ୍ ହେବ । ଷ୍ଟାଣ୍ଡାର୍ଡ଼ ମଡେଲରେ ସ୍ୱଳ୍ପ ପରିବର୍ତ୍ତନ ହେବ କିନ୍ତୁ ଚକ୍ସକ୍ଟ ମଡେଲରେ ଅପଗ୍ରେଡ୍ ମିଳିବ । ସମସ୍ତ ମଡେଲରେ ଆପଲ ଇଣ୍ଟେଲିଜେନ୍ସ ଫିଚର ସପୋର୍ଟ ରହିବ ଏବଂ କିଛି ମଡେଲ୍ସରେ ଶୀଘ୍ର ଚାର୍ଜିଂ ସୁବିଧା ମିଳିପାରେ । କହିରଖୁଛୁ iPhone 16 ସିରିଜ୍ ମୂଲ୍ୟ ଲିକ୍ ହୋଇଛି । iPhone 16 ବେସ୍ ମଡେଲର ମୂଲ୍ୟ ଡଲାର ୭୯୯(ଭାରତୀୟ ମୁଦ୍ରାରେ ୬୭, ୧୦୦), ବଡ଼ iPhone 16 Plus ଡଲାର ୮୯୯(ଭାରତୀୟ ମୁଦ୍ରାରେ ୭୫, ୫୦୦), iPhone 16 Pro (256GB)ର ଡଲାର ମୂଲ୍ୟ ୧, ୦୯୯(ଭାରତୀୟ ମୁଦ୍ରାରେ ୯୨, ୩୦୦) ଏବଂ iPhone 16 Pro Max(256GB)ର ଡଲାର ମୂଲ୍ୟ୧, ୧୯୯(ଭାରତୀୟ ମୁଦ୍ରାରେ ୧ ଲକ୍ଷ ୭୦୦ ଟଙ୍କା) ରହିଥିବା ଆଶା କରାଯାଉଛି । ତେବେ କଷ୍ଟମ ଚାର୍ଜ ଏବଂ ଅନ୍ୟ କାରଣ ଯୋଗୁଁ ଭାରତରେ iPhone 16ର ମୂଲ୍ୟ ଅଧିକ ହୋଇପାରେ । ବର୍ତ୍ତମାନ ସମସ୍ତଙ୍କ ନଜର ଆପଲ କମ୍ପାନୀର ଏହି ଲଞ୍ଚିଂ ଇଭେଣ୍ଟରେ ରହିଛି ।

 

Get real time updates directly on you device, subscribe now.