fbpx

ଆଜି ଲୋକସେଭା ଭବନ ଘେରାଉ କରିବ କଂଗ୍ରେସ, ବେକାରୀ ସମସ୍ୟା ଓ ନାରୀ ନିର୍ଯାତନା ବୃଦ୍ଧି ପ୍ରସଙ୍ଗ ଉଠାଇବେ ଦଳର ତୁଙ୍ଗ ନେତା

ଭୁବନେଶ୍ୱର: ଆଜି କଂଗ୍ରେସ ପକ୍ଷରୁ ଲୋକସେବା ଭବନ ଘେରାଉ କରାଯିବ । ଦୁର୍ନିତି ବିରୋଧରେ ସକାଳ ୧୧ଟାରେ ଲୋକସେବା ଭବନ ଘେରାଉ କରିବାକୁ କଂଗ୍ରେସ ଯୋଜନା କରିଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସାରା ରାଜ୍ୟରୁ କଂଗ୍ରେସ କର୍ମୀ ଓ ନେତାଙ୍କୁ ବିକ୍ଷେଭରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ପିସିିସି ସଭାପତି ଶରତ ପଟ୍ଟନାୟକ । କଂଗ୍ରେସର ଏହି ଘେରାଉରେ ବହୁ ବରିଷ୍ଠ ନେତାଙ୍କ ସମେତ ପ୍ରଭାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

୨୪ ବର୍ଷର ବିଫଳ ସରକାରଙ୍କ ବିରୋଧରେ ଜୋରଦାର ପ୍ରତିବାଦ ସ୍ୱରୂପ ଏହି ଘେରାଉ କରିବ କଂଗ୍ରେସ । ରାଜ୍ୟରେ ପାଣି, ଖଣି, ବିଜୁଳି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଦୁର୍ନିତି ଅଭିଯୋଗରେ ଲୋକସେବା ଭବନ ଘେରିବ କଂଗ୍ରେସ । ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ଓ ନାରୀ ନିର୍ଯାତନା ବୃଦ୍ଧି ପ୍ରସଙ୍ଗ ଉଠାଇବେ ଦଳର ତୁଙ୍ଗ ନେତା । ଜିଲ୍ଲା ସଭାପତିଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

Get real time updates directly on you device, subscribe now.