ଆଜି ଶ୍ରାବଣ ଶିବରାତ୍ରୀରେ ଏହି ମୁହୂର୍ତ୍ତରେ କରନ୍ତୁ ମହାଦେବଙ୍କ ପୂଜାର୍ଚ୍ଚନା: ଜାଣନ୍ତୁ ପୂଜାର ବିଧି ଏବଂ ମହତ୍ତ୍ୱ

ଓଡିଶା ଭାସ୍କର: ଆଜି ଦିନକୁ ଶ୍ରାାବଣ ମାସର ଶିବରାତ୍ରି ବୋଲି କୁହାଯାଏ । ଶ୍ରାବଣ ମାସରେ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିକୁ ଶ୍ରାବଣ ଶିବରାତ୍ରି ଭାବରେ ପାଳନ କରାଯାଏ । ଏହା ପ୍ରଭୁ ଭୋଳାନାଥଙ୍କର ପ୍ରିୟ ଶ୍ରାବଣ ମାସର ଶିବରାତ୍ର ହୋଇଥିବାରୁ ମହାଶିବରାତ୍ରୀ ପରେ ଏହାର ମହତ୍ତ୍ୱ ଅଧିକ ରହିଥାଏ । ପୁରୀର ଜ୍ୟେତିଷାଚାର୍ଯ୍ୟ ଡ. ଗଣେଶ ମିଶ୍ରଙ୍କ ଅନୁସାରେ, ଆଜି ସୂର୍ଯ୍ୟୋଦୟ ସମୟରେ ତ୍ରୟୋଦଶୀ ତିଥି ଅଟେ । କିନ୍ତୁ ଚତୁର୍ଦ୍ଦଶୀର ଆରମ୍ଭ ସନ୍ଧ୍ୟା ୬.୪୬ରେ ହେବ । ତେବେ ଏହି ତିଥିରେ ଶିବରାତ୍ରି ପୂଜାର ମୁହୂର୍ତ୍ତ ଆଜି ରାତିରେ ହିଁ ପ୍ରାପ୍ତ ହେଉଛି । ତେବେ ଆସନ୍ତୁ ଜାଣିବା ଶିବରାତ୍ରି ପୂଜାର ମୁହୂର୍ତ୍ତ, ବିଧି ଏବଂ ମହତ୍ତ୍ୱ ସମ୍ପର୍କରେ ।

ଶ୍ରାବଣ ଶିବରାତ୍ରି ବ୍ରତର ମୁହୂର୍ତ୍ତ:

ସନ୍ଧ୍ୟା ୬.୪୬ରୁ ଶ୍ରାବଣ ଶିବରାତ୍ରିର ଚତୁର୍ଦ୍ଦଶୀ ତିଥି ଆରମ୍ଭ ହୋଇ ରାତି ୯.୧୧ରେ ସମାପ୍ତ ହେଉଛି । ସେହିପରି ଆଜି ରାତି ୧୨.୦୭ରୁ ୧୨.୪୯ ପର୍ଯ୍ୟନ୍ତ ଶିବ ପୂଜାର ଶୁଭ ମୁହୂର୍ତ୍ତ ରହିଛି । ସନ୍ଧ୍ୟା ୭.୧୬ରୁ ୯.୫୨ ପର୍ଯ୍ୟନ୍ତ ସନ୍ଧ୍ୟା ପୂଜା ସମୟ ନିର୍ଣ୍ଣୟ ହୋଇଥିବା ବେଳେ ସକାଳ ୫.୪୦ରୁ ବ୍ରତ ପରଣର ସମୟ ରହିଛି ।

ଶ୍ରାବଣ ଶିବରାତ୍ରିର ମହତ୍ତ୍ୱ:

ଶ୍ରାବଣ ଶିବରାତ୍ରି ପାଳନ ଏବଂ ଭଗବାନ ଶିବଙ୍କୁ ଆରାଧନା କରିବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ପରିବାରରେ ଧନ, ସୁଖ, ସମୃଦ୍ଧି ଏବଂ ଶାନ୍ତି ବଜାୟ ରହିଥାଏ । ଏହି ଶ୍ରାବଣ ମାସରେ ହିଁ ଦେବ ଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ମିଳନ ହୋଇଥିବା କୁହାଯାଏ । ମାତା ପାର୍ବତୀଙ୍କ କଠୋର ତପ ବଳରେ ଭଗବାନ ଶିବ ପ୍ରସନ୍ନ ହୋଇ ତାଙ୍କୁ ବିବାହ କରିଥିଲେ ।
ଭଗବାନ ନୀଳକଣ୍ଠ ଯେବେ ବିଷପାନ କରିଥିଲେ ତାଙ୍କର ସମ୍ପୂର୍ଣ୍ଣ ଶରୀର ଜ୍ୱାଳାରେ ପୀଡିତ ହେଉଥିଲା । ଏହି ଜ୍ୱାଳାର ପ୍ରଭାବ କମ କରିବା ପାଇଁ ସମସ୍ତ ଦେବତା ପ୍ରଭୂଙ୍କର ଜଳାଭିଷେକ କରିଥିଲେ । ତେଣୁ ଶ୍ରାବଣ ମାସର ଶିବରାତ୍ରିରେ ଲୋକମାନେ ମହାଦେବଙ୍କ ଜଳାଭିଷେକ କରିଥାନ୍ତି ।

ପୂଜାର ବିଧି:

• ଆଜି ପ୍ରାତଃ ସ୍ନାନ ପରେ ଧଳା କିମ୍ବା ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଏହାପରେ ଶ୍ରାବଣ ଶିବରାତ୍ରି ବ୍ରତ ଏବଂ ଶିବ ପୂଜାର ସଂକଳ୍ପ କରନ୍ତୁ ।

• ଶିବ ପୂଜା ମୁହୂର୍ତ୍ତରେ ଶିବଲିଙ୍ଗଙ୍କୁ ଗଙ୍ଗାଜଳ କିମ୍ବା ପବିତ୍ର ଜଳାଭିଷେକ କରନ୍ତୁ । ଏହାପରେ ଚନ୍ଦନ, ଅକ୍ଷତ, ବେଲପତ୍ର, ଭାଙ୍ଗ, ଫଳ, ଦଳା ଫୁଲ, କ୍ଷୀର ଏବଂ ମହୁ ଇତ୍ୟାଦି ପ୍ରଦାନ କରନ୍ତୁ ।

• ଏହି ସମୟରେ ଓମ୍ ନମଃ ଶିବାୟ ଉଚ୍ଚାରଣ କରନ୍ତୁ କିମ୍ବା କୌଣସି ମନ୍ତ୍ରକୁ ଜପନ୍ତୁ । ଏବେ ଧୂପ, ଦୀପ ଇତ୍ୟାଦି ଦେଇ ଶିବଙ୍କୁ ଅର୍ପଣ କରନ୍ତୁ ।

• ଏହାପରେ ପ୍ରଭୁ ଶିବ ଚାଳିଶା କିମ୍ବା ଶ୍ରାବଣ ଶିବରାତ୍ରି ବ୍ରତ କଥା ପଠ କରନ୍ତୁ । ବାବା ଲୋନାଥଙ୍କ ଆଳତୀ ପାଇଁ ଘିଅ, ଦୀପ କିମ୍ବା କର୍ପୁରର ଉପାଯୋଗ କରିପାରନ୍ତି ।

• ପୂଜା ପରେ ରାତ୍ରି ପ୍ରହରରେ ଜାଗରଣ ରହି ପରଦିନ ସକାଳୁ ପୁଣିଥରେ ପୂଜା କରନ୍ତୁ । ଏହାପରେ କୌଣସି ଗରିବ କିମ୍ବା ବ୍ରାହ୍ମଣଙ୍କୁ ଅନ୍ନ, ଫଳ, ବସ୍ତ୍ର ଆଦି ଦାନ କରନ୍ତୁ ।