fbpx

ଅତ୍ୟଧିକ ମଦ ସେବନ କଲେ ମସ୍ତିଷ୍କର ଆକାର ଛୋଟ ହୋଇଯିବ! ମାତ୍ର ୫ ମିନିଟରେ ବ୍ରେନରେ ପହଞ୍ଚି ଯାଉଛି ମଦ

ନୂଆଦିଲ୍ଲୀ: ମଦ୍ୟପାନ ଆଜିର ଯୁବପୀଢ଼ିଙ୍କ ପାଇଁ ଏକ ବଡ଼ ଅଭିଶାପ କହିଲେ ଚଳେ । ମଦ୍ୟପାନ ପରି ଏକ କୁଅଭ୍ୟାସ କାରଣରୁ ଅନେକ ଯୁବକ, ଯୁବତୀ ତଥା ବୟସ୍କଙ୍କର ଜୀବନ ଅକାଳରେ ଚାଲିଯିବା ସହିତ ଅନେକ ସଂସାର ଉଜୁଡ଼ି ଯାଉଛି । ମଦ ଆମ ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଇବା ସହିତ ଆମର ମସ୍ତିଷ୍କକୁ ବହୁମାତ୍ରାରେ ପ୍ରଭାବିତ କରିଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଅତ୍ୟଧିକ ମଦ୍ୟପାନ ଆମର ବ୍ରେନର ଆକାରକୁ କମ୍ କରିଦେଇପାରେ । ଯଦି ସନ୍ଧ୍ୟା ହେଲେ ଆପଣଙ୍କର ମଦ କଥା ମନେପଡ଼ି ଯାଉଛି, ଯଦି ଆପଣମାନେ ମଦକୁ ଛାଡ଼ି ଗୋଟିଏ ବି ଦିନ ରହିପାରୁ ନାହାନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । କାରଣ ମଦର ଭୟଙ୍କର ପ୍ରଭାବ ଆପଣଙ୍କୁ ଗ୍ରାସ କରିବାକୁ ଯାଉଛି । ଅତ୍ୟଧିକ ମଦ୍ୟପାନ ମଣିଷର ବ୍ରେନକୁ ଛୋଟ କରିବା ସହିତ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ କରିଥାଏ ।

ଅଧିକ ମାତ୍ରାରେ ମଦ୍ୟପାନ କରିବା ଫଳରେ ଆମ ଶରୀରରେ ମେଟାବୋଲିକ ପ୍ରୋସେ ଠିକ୍ ଭାବେ ହୋଇନଥାଏ । ଶରୀର ଉପରେ ମଦର ପ୍ରଭାବ ବହୁତ ଶୀଘ୍ର ଦେଖିବାକୁ ମିଳିଥାଏ । ମାତ୍ର ୫ ମିନିଟ ମଧ୍ୟରେ ମଧ୍ୟରେ ମଦ ଆମର ବ୍ରେନରେ ପହଞ୍ଚିବା ସହିତ ୧୦ ମିନିଟରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ । ମଦ ପରିସ୍ରାରେ ୮୦ ଘଣ୍ଟା ଓ କେଶର ରୋମରେ ୩ ମାସ ପର୍ଯ୍ୟନ୍ତ ରହିପାରେ ।

ବ୍ରେନ ଫ୍ରଣ୍ଟଲ ଲୋବସକୁ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ କରିବା ସହିତ ଡିସିସନ ମେକିଂ ଓ ଇମ୍ପଲ୍ସ କଣ୍ଟ୍ରୋଲ ପରି କାମ କରିଥାଏ । ଏହା ହିପ୍ପୋକ୍ୟାମ୍ପସକୁ ମଧ୍ୟ ପ୍ରଭାବିତ କରିଥାଏ । ଯଦି ଜଣେ ଦୀର୍ଘ ସମୟ ଧରି ମଦ ସେବନ କରେ, ତେବେ ତାହା ବ୍ରେନର ଟିସୁଗୁଡ଼ିକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ମଦ ପିଇବା ପରେ ସାଧାରଣ ଅବସ୍ଥାକୁ ଆସିବା ପାଇଁ ବ୍ରେନକୁ ୧୫ ଦିନ ସମୟ ଲାଗିଥାଏ । ଯେ ପର୍ଯ୍ୟନ୍ତ ବ୍ରେନ ଠିକ ହୋଇନଥାଏ, ସେପର୍ଯ୍ୟନ୍ତ ମଦ ପିଇବାରର ଲତ୍ ମଧ୍ୟ କମ୍ ହେବ ନାହିଁ ।

Get real time updates directly on you device, subscribe now.