fbpx

ସୂର୍ଯ୍ୟନଗରୀ ଏକ୍ସପ୍ରେସର ଲାଇନଚ୍ୟୁତ, ଦୁର୍ଘଟଣାରେ ୧୦ଆହତ

ପାଲି :ବାନ୍ଦ୍ରା ଟର୍ମିନାସ୍-ଯୋଧପୁର ସୁର୍ଯ୍ୟନଗରୀ ଏକ୍ସପ୍ରେସ ଟ୍ରେନର ଆଠଟି କୋଚ୍ ଆଜି ସକାଳ ୩: ୨୭ ରେ ଯୋଧପୁର ଡିଭିଜନର ରାଜକିଆବାସ୍-ବୋମଦାରା ବିଭାଗ ମଧ୍ୟରେ ଦୁର୍ଘଟଣା ଗ୍ରସ୍ତ ହେଇଛି। ଟ୍ରେନଟି ଲାଇନଚ୍ୟୁତ ହେଇଥିବାର ସୂଚନା ମିଳିଛି। ଉତ୍ତର ପଶ୍ଚିମ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ ଟ୍ରେନ୍ ଚଳାଚଳ ଯୋଗୁଁ ୧୧ ଟି ବଗି ପ୍ରଭାବିତ ହୋଇଛି, ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ନାହିଁ। ସୂଚନା ଅନୁଯାୟୀ, ୧୦ ଜଣ ଯାତ୍ରୀ ଏଥିରେ ଆହତ ହୋଇଛନ୍ତି। ଯୋଧପୁରରୁ ଏକ ଟ୍ରେନକୁ ଘଟଣାସ୍ଥଳକୁ ପଠାଯାଇଛି।ସୂର୍ଯ୍ୟନାଗରୀ ଏକ୍ସପ୍ରେସର ଲାଇନଚ୍ୟୁତ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଉଚ୍ଚ ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଟକି ରହିଥିବା ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ନେବା ପାଇଁ ବସ୍ ବ୍ୟବସ୍ଥା କରିଥିଲେ। ଉତ୍ତର ପଶ୍ଚିମ ରେଳବାଇ ହେଲ୍ପଲାଇନ ନମ୍ବର ଜାରି କରିଛି…

ଯୋଧପୁର ପାଇଁ: ୦୨୯୧୨୬୫୪୯୭୯, ୦୨୯୧୨୬୫୪୯୯୩, ୦୨୯୧୨୬୨୪୧୨୫, ୦୨୯୧୨୪୩୧୬୪୬ ନମ୍ବର ଜାରି କରାଯାଇଛି। ପାଲି ପାଇଁ ୦୨୯୩୨୨୫୦୩୨୪ ନମ୍ବର ଜାରି କରାଯାଇଛି ।

ଉତ୍ତର ପଶ୍ଚିମ ରେଳ CRPO କହିଛି ଯେ ଅନ୍ୟ ସୂଚନା ପାଇଁ ଯାତ୍ରୀ ଏବଂ ସେମାନଙ୍କ ପରିବାର ମଧ୍ୟ ୧୩୮ ଏବଂ ୧୦୭୨ ରେ ଯୋଗାଯୋଗ କରିପାରିବେ। ଟ୍ରେନର ଜଣେ ଯାତ୍ରୀ ନ୍ୟୁଜ୍ ଏଜେନ୍ସି କୁ କହିଛନ୍ତି, ‘ମାରୱାଡ଼ ଜଙ୍କସନ ଅତିକ୍ରମ କରିବାର ରୁ ୫ ମିନିଟ ମଧ୍ୟରେ ଟ୍ରେନ ଭିତରେ କମ୍ପନ ଶବ୍ଦ ଶୁଣାଗଲା ଏବଂ ୨-୩ ମିନିଟ ପରେ ଟ୍ରେନ ଅଟକି ଗଲା। ଆମେ ତଳକୁ ଓହ୍ଲାଇ ଦେଖିଲୁ ଯେ ଅତି କମରେ ୧୧ଟି ସ୍ଲିପର ଶ୍ରେଣୀର କୋଚ୍ ଟ୍ରେନ୍ ରୁ ଅଲଗା ହେଇଯାଇଥିଲା। ତା’ପରେ ୧୫-୨୦ ମିନିଟ୍ ମଧ୍ୟରେ ଆମ୍ବୁଲାନ୍ସ ପହଞ୍ଚିଲା।ବର୍ତ୍ତମାନ ଦୁର୍ଘଟଣା ପରେ ଚାରିଟି ଟ୍ରେନର ରୁଟ ଚେଞ୍ଜ କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଏବଂ ଟ୍ରାକ ଯାଞ୍ଚ ନହେବା ପର୍ଯ୍ୟନ୍ତ ଏହି ରାସ୍ତା ଅବରୋଧ କରାଯାଇଛି।

Get real time updates directly on you device, subscribe now.