fbpx

Video: ଏହି କାରଣରୁ ମହିଳାଙ୍କୁ ଘୋଷାଡ଼ି ପ୍ଲେନରୁ କରିଦେଲେ ବାହାର, ସୁରଟରୁ ବେଙ୍ଗାଲୁରୁ ଯାଉଥିଲା ଫ୍ଲାଇଟ୍

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରୁ ଜଣେ ମହିଳାଙ୍କୁ ଜବରଦସ୍ତ ଘୋଷାଡ଼ି ବାହାର କରାଯାଇଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବିମାନରେ ଯାତ୍ରା କରୁଥିବା ବ୍ୟକ୍ତି ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ଓ ଦାବି କରିଛନ୍ତି ଯେ, ମହିଳା ଜଣକ ଜଣେ ଯାତ୍ରୀଙ୍କୁ ଠେଲି ଦେଇ କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର କରିଥିଲେ ।

ତେଣୁ ତାଙ୍କୁ ବିମାନରୁ ହଟାଇ ଦିଆଯାଇଥିଲା:-

ଏହି ବିମାନ ଏୟାର ଇଣ୍ଡିଆ ଏକ୍ସପ୍ରେସର ଥିଲା ଏବଂ ସୁରଟରୁ ବାଙ୍ଗାଲୋର ଯାଉଥିଲା । ପ୍ରାୟ ୨୪ ସେକେଣ୍ଡର ଭିଡିଓରେ ଦୁଇଜଣ ସୁରକ୍ଷା କର୍ମୀ ମହିଳାଙ୍କୁ ଟାଣି ନେଇଥିବାର ନଜର ଆସିଛନ୍ତି । ଯେତେବେଳେ କ୍ରୁ ସଦସ୍ୟମାନେ ଯାତ୍ରୀଙ୍କୁ ଠେଲିବା ଏବଂ ଦୁର୍ବ୍ୟବହାର କରିବାକୁ ବିରୋଧ କରିଥିଲେ, ସେତେବେଳେ ମହିଳା ହଙ୍ଗାମା କରିବା ଆରମ୍ଭ କରିଥିଲେ । ତେଣୁ କ୍ରୁ ସଦସ୍ୟମାନେ ସୁରକ୍ଷା କର୍ମୀଙ୍କୁ ଡାକି ଉକ୍ତ ମହିଳାଙ୍କୁ ବିମାନରୁ ବାହାର କରିଥିଲେ । ଏହା ପରେ ବିମାନଟି ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରିଲା ।

ବିମାନରୁ ଓହ୍ଲାଇବା ପରେ ମଧ୍ୟ ମହିଳା ଚିତ୍କାର କରିଥିଲେ :-
ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ ସୁରକ୍ଷା କର୍ମୀଙ୍କୁ ଟାଣି ନେଉଥିବା ମହିଳା ଜଣକ ନିଜ ଭାଷାରେ କିଛି ଉଚ୍ଚ ସ୍ୱରରେ ଗାଳି ଦେଉଥିଲେ । ତାଙ୍କ ଚିତ୍କାର ଶୁଣାଯାଉଛି, କିନ୍ତୁ ସେ କ’ଣ କହୁଥିଲେ, ତାହା ବୁଝାପଡ଼ୁନଥିଲା ।

ଅନ୍ୟପକ୍ଷରେ ବିମାନରୁ ଓହ୍ଲାଇବା ପରେ ମଧ୍ୟ ସୁରକ୍ଷା କର୍ମୀମାନେ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା । ସେମାନେ ତାଙ୍କୁ ଶାନ୍ତ ହେବାକୁ ଅନୁରୋଧ କରିଥିଲେ, କିନ୍ତୁ ମହିଳା ଜଣକ ପାଟି କରି ଚାଲିଥିଲେ ଏବଂ ଚଥା ହେବା ଷ୍ଟାଇଲରୁ ଲାଗୁଥିଲା କି ସେ କିଛି ଖରାପ କହୁଛନ୍ତି । ଉଡ଼ାଣ ଭିତରେ ମଧ୍ୟ ମହିଳା ଜଣକ ଦୁର୍ବ୍ୟବହାର ଓ ଠେଲା ପେଲା କରିଥିଲେ । ସେ ଏତେ ହଙ୍ଗାମା କଲେ ଯେ ବିମାନ ଉଡ଼ାଣ ପାଇଁ ପ୍ରାୟ ଏକ ଘଣ୍ଟା ସମୟ ଲାଗିଲା । ସେଥିପାଇଁ କିଛି ଯାତ୍ରୀ ରାଗିଯାଇଥିଲେ ।

Get real time updates directly on you device, subscribe now.