ତାଣ୍ଡବ ରଚୁଛି ବାତ୍ୟା ଟ୍ରାମୀ, ଗଲାଣି ୨୬ ଜୀବନ

ନୂଆଦିଲ୍ଲୀ: ଫିଲିପିନ୍ସରେ ପୁଣି ଥରେ ଟ୍ରୋପିକାଲ ବାତ୍ୟା କରାଳ ରଚୁଛି । ବାତ୍ୟା ଟ୍ରାମୀ ଜନଜୀବନକୁ ପ୍ରଭାବିତ କରିଛି । ବାତ୍ୟା ଟ୍ରାମୀ କାରଣରୁ ଅନ୍ୟୁନ ୨୬ ମୃତ୍ୟୁ ହୋଇଛି । ପାଣିପାଗ ଖରାପ ହେବା କରାଣରୁ ଉଦ୍ଧାର ଓ ରିଲିଫ ବଣ୍ଟନରେ ସମସ୍ୟା ହେଉଛି । ଦେଢ ଲକ୍ଷରୁ ଅଧିକ ଲୋକଙ୍କୁ ଘର ଛାଡିବାକୁ ପଡିଛି । ବାତ୍ୟା ପ୍ରଭାବରେ ମୁସଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ହେଉଛି ।

ବାତ୍ୟା ଟ୍ରାମୀ ପୂର୍ବ ଉତ୍ତର ପ୍ରାନ୍ତରେ ବହୁ କ୍ଷୟକ୍ଷତି ରଚିଛି । ଟ୍ରମୀ ଲ୍ୟଣ୍ଡଫଲ କରିବା ପରଦିନ ଲକ୍ଷ ଲକ୍ଷ ଲୋକଙ୍କ ଉଦ୍ଧାର କାମ ଆରମ୍ଭ ହୋଇଛି । ଘରର ଛାତରେ ଫସିଥିବା ଲୋକଙ୍କୁ ଉଦ୍ଧାରକାରୀ ଦଳ ମୋଟରବୋଟରେ ସୁରକ୍ଷିତ ଉଦ୍ଧାର କରିବାରେ ଲାଗିଛି । ପର୍ବତୀୟ ଅଞ୍ଚଳ ଇଫୁଗାଓର ଏଗୁଇନାଲ୍ଡୋ ସହରରେ ୯୫ କିମି ପ୍ରତି ଘଣ୍ଟା ବେଗରେ ପବନ ବହିବା ସହ ଅନେକ ସ୍ଥାନରେ ବନ୍ୟ ଓ ଭୁସ୍ଖଳନ ପାଇଁ ଅଞ୍ଚଳ ଶ୍ରୀହୀନ ହୋଇଯାଇଛି ।

ଉଦ୍ଧାର କାମରେ ୧୫୦୦ ପୁଲିସ କର୍ମୀ ନିୟୋଜିତ ଅଛନ୍ତି । ସ୍ଥାନୀୟ ପୋଲିସ କହିଛି କି, ଆମେ ଥରକେ ସମସ୍ତଙ୍କୁ ଉଦ୍ଧାର କରିପାରିବୁ ନାହିଁ । ବହୁ ଲୋକ ପ୍ରଭାବିତ ହୋଇଛନ୍ତି । ଅଧିକ ମୋଟର ବୋଟର ଆବଶ୍ୟକତା ରହିଛି । ତା ସହ ପାଗ ଖରାପ ଥିବାରୁ ଉଦ୍ଧାର କାମ ବ୍ୟାହତ ହେଉଛି । ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ବ୍ୟବସ୍ଥା ଚାଲିଛି ।

ଏଠାରେ କହି ରଖୁଛୁ କି, ଗତ ମାସରେ ବାତ୍ୟା ୟାଗି ଆସି ଫିଲିପାଇନ୍ସରେ ବ୍ୟାପକ ତାଣ୍ଡବ ରଚିଥିଲା । ପ୍ରତିବର୍ଷ ଫିଲିପାଇନ୍ସରେ ପ୍ରାୟ ୨୦ ବାତ୍ୟା ଆସିଥାଏ । ୨୦୨୩ରେ ଟାଇଫୁନ ହୈୟାନ କାରଣରୁ ୭,୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ବହୁ ଗାଁ ନଷ୍ଟହୋଇଥିଲା ହୈୟାନ ପାଇଁ ।