fbpx

ମାଡ଼ିଗଲା ଟ୍ରକ୍, ୨ କାଉଡ଼ିଆଙ୍କ ସମେତ ଜଣେ ବୃଦ୍ଧ ମୃତ

ଗଞ୍ଜାମ: ଖଲ୍ଲିକୋଟ ୧୬ ନଂ ଜାତୀୟ ରାଜପଥର ଡିମିରିଆ ଛକରେ ସଡ଼କ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । ୨ କାଉଡ଼ିଆଙ୍କ ସହ ଜଣେ ବୁଦ୍ଧଙ୍କ ଉପରେ ଟ୍ରକ୍ ମାଡ଼ିଯିବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ଜଣ କାଉଡ଼ିଆ ବାଣପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ତେବେ ମୃତକମାନେ ହେଉଛନ୍ତି ପପୁ ନାହାକ, ରଂଜି ନାହାକ ଏବଂ ମୃତ ବୃଦ୍ଧ ଡିମିରିଆ ଦଲିବାଟି ଗାଁର ବନମାଳି ପାତ୍ର ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.