fbpx

କଖଡିରେ ଟ୍ରକ୍‌-ଟାଟା ଏସ୍‌ଇ ମୁହାଁମୁହିଁ ଧକ୍କା: ଜଣେ ମୃତ, ୧ ଗୁରୁତର

ଚୌଦ୍ୱାର (ଭାସ୍କର ନ୍ୟୁଜ) : ଚୌଦ୍ୱାର ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତାର କଖଡି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଘଟଣାସ୍ଥଳରେ ଜଣେ ମୃତ୍ୟୁ ବରଣ କରିଥିଲା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛି । ମୃତକ ଜଣକ ହେଉଛନ୍ତି କଖଡି ଗ୍ରାମର ସୁରେନ୍ଦ୍ର ସାହୁଙ୍କ ପୁଅ କାର୍ତିକ ସାହୁ (୨୦) ।

କାର୍ତିକ ଜଣେ ଗାଡି ଚାଳକ, ସେମଙ୍ଗୁଲିରେ ଥିବା ମଦନିଗମ ଗୋଦାମରୁ ନିଜ ଟାଟା ଏସଇ (ନଂ.ଓଡି-୦୫- ଏପି-୫୩୭୪) ନେଇ ସମ୍ବଲପୁର ଯାଇଥିଲେ । ସମ୍ବଲପୁରରୁ ଫେରୁଥିବା ବେଳେ କଖଡି ନିକଟରେ ଏକ ମାଲବୋଝେଇ ଟ୍ରକ (ନଂ. ଏମ୍‌ଏଚ୍‌-୪୦-ବିଏଲ୍‌- ୮୦୪୫) ସହ ମୁହାଁମୁହିଁ ଧକ୍କା ହୋଇଥିଲା ।ଦୁର୍ଘଟଣା ପରେ ଗାଡି ଚଳାଉଥିବା କାର୍ତିକ ଗାଡି ମଧ୍ୟରେ ସଂପୂର୍ଣ୍ଣ ଚାପି ହୋଇଯାଇଥିଲା । ଘଟଣା ସ୍ଥଳରେ ଗ୍ରାମବାସୀମାନେ ପହଞ୍ଚି ଗାଡିକୁ ଭାଙ୍ଗି କାର୍ତିକ ଓ ହେଲପରକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡମେଡିକାଲ ପଠାଇଥିଲେ । ସେଠାରେ ଡାକ୍ତର କାର୍ତିକକୁ ମୃତ ଘୋଷଣା କରିଥିଲେ । ଗାଡିର ହେଲପର ଚୌଦ୍ୱାର ତଳବଜାର ଅଞ୍ଚଳର ଯୁବକ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି । ଦୁର୍ଘଟଣା ପରେ ରାସ୍ତାରେ ଯାତାୟତ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । ଚୌଦ୍ୱାର ପୁଲିସ ପହଞ୍ଚି ଟ୍ରକ୍‌ ଡ୍ରାଇଭର ଓ ହେଲପରକୁ ଥାନାକୁ ଆଣି ପଚରାଉଚୁରା କରୁଛି ।

Get real time updates directly on you device, subscribe now.