fbpx

ଡୁପ୍ଲିକେଟ୍ ବିରାଟଙ୍କ ପଛରେ ସତ ଫ୍ୟାନ୍ସ; ସେଲ୍ଫି ଉଠାଇଲେ, ଭିଡ଼ିଓ ହେଉଛି ଭାଇରାଲ

Advertisement

ଓଡ଼ିଶା ଭାସ୍କର: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରିତ କରାଯାଇଥିଲା । ତେବେ କ୍ରିକେଟ ଜଗତ ବିଶିଷ୍ଟ ଖେଳାଳୀ ବିରାଟ କୋହଲୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । କୌଣସି କାରଣ ବଶତଃ ସେ ଏହି ଉତ୍ସବରେ ଯୋଗ ଦେଇପାରି ନଥିଲେ । ଏହା ତାଙ୍କ ଫ୍ୟାନ୍ସମାନଙ୍କୁ ଦୁଃଖି କରିଥିଲା । କିନ୍ତୁ ବିରାଟଙ୍କ ଡୁପ୍ଲିକେଟ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହି ଉତ୍ସବରେ ସମସ୍ତେ ତାକୁ ସତ ବିରାଟ ଭାବି ସେଲ୍ଫି ନେଇଥିଲେ । ଲୋକଙ୍କ ଭିଡ଼ ଏତେ ଥିଲା ଯେ ଶେଷରେ ପୋଲିସ ଆସି ବିରାଟଙ୍କ ପରି ଦେଖାଯାଉଥିବା ବ୍ୟକ୍ତିଙ୍କୁ ଭିଡ଼ ଭିତରୁ ବାହାର କରିଥିଲେ । ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.