I AM NOT HAPPY: ଇରାନ-ଇସ୍ରାଏଲକୁ ଟ୍ରମ୍ପଙ୍କ ତାଗିଦ୍; ଆଉ ବୋମା ପକାନି, ଫେରାଇ ନିଅ ଫାଇଟର ଜେଟ୍
ରାଗିଲେ ଆମେରିକା ରାଷ୍ଟ୍ରପତି । ଇସ୍ରାଏଲକୁ ଦେଲେ ଏହି ନିର୍ଦ୍ଦେଶ ।
ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗରୁ ଇରାନ ଉପରେ ରାଗି ଥିଲେ, ଆଉ ଏବେ ଇସ୍ରାଏଲ୍ ଉପରେ ରାଗି ଖପ୍ପା ହୋଇପଡ଼ିଛନ୍ତି ।
ଏ ସଂକ୍ରାନ୍ତରେ ଟ୍ରମ୍ପ କହିଛନ୍ତି, ଉଭୟ ଇରାନ୍ ଓ ଇସ୍ରାଏଲ୍ ସିଜଫାୟାର ନୀତିକୁ ଉଲ୍ଲଂଘନ କରିଛନ୍ତି । ଦୁଇଦେଶ ଯୁଦ୍ଧିବରତୀ ନିୟମ ମାନିବାକୁ ଅପିଲ କରିଛନ୍ତି ଆମେରିକା ରାଷ୍ଟ୍ରପତି ।
ଇସ୍ରାଏଲକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଯାହାକୁ ନେଇ ସେ କହିଛନ୍ତି, ଇରାନ ଉପରେ ବୋମା ମାଡ଼ କର ନାହିଁ । ଏହା ସିଜଫାୟାରକୁ ଉଲ୍ଲଂଘନ କରୁଛି । ତୁମ ପାଇଏଟମାନଙ୍କୁ ତୁରନ୍ତ ଫେରି ଆସିବାର ନିର୍ଦ୍ଦେଶ ଦିଅ ବୋଲି ଟ୍ରମ୍ପ କହିଛନ୍ତି । ନାଟୋ ଶିକର ସମ୍ମିଳନୀକୁ ଯିବା ବେଳେ ଆମେରିକା ରାଷ୍ଟ୍ରପତି ଏମିତି କିଛି ପ୍ରତିକ୍ରିୟା ଦେଇଛନ୍ତି ।
ସିଜଫାୟାରକୁ ନେଇ ଟ୍ରମ୍ପ କହିଛନ୍ତି, ଇସ୍ରାଏଲ ଓ ଇରାନ ଦୁଇଦେଶ ଏକା ସମୟରେ ମୋ ପାଖକୁ ଆସିଥିଲେ । ଭବିଷ୍ୟତରେ ୨ ଦେଶ ମଧ୍ୟରେ ଭଲ ସମ୍ପର୍କ ସ୍ଥାପନ ହେବ । ଯଦି ସେମାନେ ଦର୍ମ ଏବଂ ସତ୍ୟ ମାର୍ଗରୁ ବାଟବଣା ହେବେ, ସେମାନଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିବ ।
ଗତକାଲି ଇରାନ୍ ଇରାକ୍ ଓ କତରରେ ଥିବା ଆମେରିକୀୟ ସେନା ଶିବରି ଉପରକୁ ୬ ମିଶାଇଲ ଆକ୍ରମଣ କରିଥିଲା । ଏହାପରେ ଇସ୍ରାଏଲ୍ ଇରାନ୍ ଉପରେ ସିଜଫାୟାର ଉଲ୍ଲଂଘନ ଆରୋପ ଲଗାଇଥିଲା ।