ପାର୍ଟନରଙ୍କୁ ଏମିତି କୁହନ୍ତୁ Sorry, ସମ୍ପର୍କରେ ଫେରିଆସିବ ମଧୁରତା
ବେଳେ ବେଳେ ଛୋଟ ଛୋଟ କଥାରେ ପାର୍ଟନର ରାଗି ଯାଇଥାନ୍ତି। ସାଥୀଙ୍କୁ ମନାଇବା ପୂର୍ବରୁ କିଛି କଥା ମନେ ରଖନ୍ତୁ।
ଓଡ଼ିଶା ଭାସ୍କର: ଅଢ଼େଇ ଅକ୍ଷର ଶବ୍ଦ ପ୍ରେମ । ପ୍ରେମ ଏକ ଶାଶ୍ୱତ ଅନୁଭବ । ଦୁଇଟି ମନର ନିଆରା ବନ୍ଧନ ।
ପ୍ରେମ ବିନା ଜୀବନର କିଛି ମାନେ ନାହିଁ । ପ୍ରେମରେ ରାଗ, ରୁଷା, ମାନ, ଅଭିମାନ, ରହିବା ସ୍ୱାଭାବିକ । ଆଉ ପାର୍ଟନରଙ୍କୁ ମନେଇବାରେ ଏକ ଅଲଗା ଖୁସି ଲୁଚି ରହିଛି ।
କିନ୍ତୁ ବେଳେ ବେଳେ ଛୋଟ ଛୋଟ କଥାରେ ପାର୍ଟନର ରାଗି ଯାଇଥାନ୍ତି । କଥାବାର୍ତ୍ତା ବି ବନ୍ଦ କରିଦିଅନ୍ତି । ଭଳି ପରିସ୍ଥିତିରେ କେବଳ ‘ସରି’ କହିବା ଦ୍ୱାରା ସମସ୍ୟାର ସମାଧାନ ହୋଇନଥାଏ ।
ବିଶେଷଜ୍ଞଙ୍କ କହିବାନୁଯାୟୀ ଝଗଡ଼ା ହେଲେ ପାର୍ଟନରଙ୍କୁ କିଛି ସମୟ ପାଇଁ ଏକା ଛାଡ଼ିଦେବା ଉଚିତ । କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ ପାର୍ଟନର କଥାବାର୍ତ୍ତା ନ ହେଲେ ଆପଣ ନିଜେ ଆଗୁଆ ହୋଇ କଥା ହେବା ଉଚିତ।
ତେବେ ଆପଣଙ୍କ ସାଥୀଙ୍କୁ ମନାଇବା ପୂର୍ବରୁ କିଛି କଥା ମନେ ରଖନ୍ତୁ, ନଚେତ୍ ସେ ଆହୁରି ରାଗିଯାଇପାରନ୍ତି ।
୧. ଚିଠି ଲେଖିବା: ସୋସିଆଲ ମିଡ଼ିଆ ଯୁଗରେ ମେସେଜ ମାଧ୍ୟମରେ ସରି କହିବା ସାଧାରଣ କଥା । ପାର୍ଟନରଙ୍କ ପାଇଁ କିଛି ବିଶେଷ କରିବାକୁ ଚାହୁଁଥିଲେ ଚିଠି ଲେଖିପାରିବେ ।
ଚିଠିରେ ମନର କଥା ସହଜରେ ପ୍ରକାଶ କରି ନିଜ ଭୁଲ ପାଇଁ କେତେ ଅନୁତପ୍ତ ଲେଖିପାରିବେ । ଏହା ସହ ପାର୍ଟନରଙ୍କ ପାଇଁ ସୁନ୍ଦର କବିତା ମଧ୍ୟ ଲେଖିପାରିବେ ।
୨. ଉପହାର ଦେବା: ଉପହାର କାହାକୁ ବା ପସନ୍ଦ ନୁହେଁ କହିଲେ । ପାର୍ଟନରଙ୍କୁ ସରି କହିବାର ଏକ ଉତ୍ତମ ଉପାୟ ।
ପାର୍ଟନରଙ୍କ ମନକୁ ଜାଣି ଉପହାର ଦେଲେ ସେ ସବୁ ରାଗ ରୁଷା ଭୁଲିଯିବେ । ମନେ ରଖିବେ ଉପହାରଟି ଭଲ ପ୍ୟାକିଂ ହୋଇଥିବା ଉଚିତ ।
୩. ସରପ୍ରାଇଜ୍ ପ୍ଲାନ୍: ପାର୍ଟନରଙ୍କୁ ମନେଇବା ପାଇଁ ତାଙ୍କ ପାଇଁ ସରପ୍ରାଇଜ୍ ପ୍ଲାନ୍ କରିପାରିବେ । ପାର୍ଟନରଙ୍କ ପସନ୍ଦର ଭଲ ରେଷ୍ଟୁରାଣ୍ଟ, ଟ୍ରିପ୍ ପ୍ଲାନ୍ କିମ୍ବା ପାର୍ଟି ପ୍ଲାନ୍ କରିପାରିବେ ।
୪. ବିଶ୍ୱାସ: ପାର୍ଟନରଙ୍କୁ ‘ସରି’ କହିବା ପରେ ବାରମ୍ବାର ସେହି ଭୁଲ କରନ୍ତୁ ନାହିଁ । ଏହା ଦ୍ୱାରା ପାର୍ଟନର ଆପଣଙ୍କ ଉପରେ ବିଶ୍ୱାସ କରିବାକୁ ସଂକୋଚ କରିଥାନ୍ତି ।
ତେଣୁ ସରି କହିବା ସହ ଭୁଲର ପୁନରାବୃତ୍ତି ନ କରିବା ପାଇଁ ପାର୍ଟନରଙ୍କୁ ପ୍ରତିଶ୍ରୁତି ଦିଅନ୍ତୁ । ଆପଣ ଚାହିଁଲେ ନିଜ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆଣିପାରିବେ ।
ରୋଷେଇ: ଆପଣ ଚାହିଁଲେ ପାର୍ଟନରଙ୍କ ପସନ୍ଦର କିଛି ରୋଷେଇ କରି ପରସି ପାରିବେ । ଏହା ଦ୍ୱାରା ଜଣାପଡ଼େ କି ଆପଣଙ୍କ ପାଇଁ ପାର୍ଟନରଙ୍କ ପସନ୍ଦ କେତେ ଗୁରୁତ୍ୱପୂର୍ଣ୍ଣ ।
ଥ୍ୟାଙ୍କ୍ ୟୁ: ପାର୍ଟନରଙ୍କୁ ସରି କହିବା ପାଇଁ କୁଣ୍ଠାବୋଧ କରୁଥିଲେ ଆପଣଙ୍କ ଜୀବନରେ ତାଙ୍କ ଗୁରୁତ୍ୱକୁ ମନେ ପକାଇ ଧନ୍ୟବାଦ ଜଣାଇପାରିବେ । ଏହା ଦ୍ୱାରା ପାର୍ଟନରଙ୍କ ସମ୍ପର୍କରେ ସକରାତ୍ମକତା ଦେଖାଦେଇଥାଏ ।
ସମ୍ପର୍କରେ ଛୋଟ ଛୋଟ କଥାକୁ ନେଇ ପାର୍ଟନରଙ୍କୁ ଧନ୍ୟବାଦ କହିଲେ ସମ୍ପର୍କ ମଜବୁତ ରହିଥାଏ ।