ରାୟଗଡା: NTEP ଓ Piramal Swasthya ଆନୁକୁଲ୍ୟରେ ଆଜି ତା 23.02.2022 ରିଖ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାୟଗଡା ରେ ଯକ୍ଷ୍ମା ରୋଗ ସମ୍ବନ୍ଧୀୟ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ Dr Lalmohan Routray ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇ ଡାଃ Routray ଜିଲ୍ଲା ରେ ଯକ୍ଷ୍ମା ରୋଗୀ ଅନ୍ୱେଷଣ ଏବଂ ନିରାକରଣ ରେ Piramal Swasthya ର ସମୟ ଉପଯୋଗୀ ଭାଗୀଦାରୀ କୁ ଭୂରି ଭୂରି ପ୍ରଶଂସା କରିଥିଲେ ।
ଏହି ଶିବିରରେ ଜିଲ୍ଲାର ,11 ଟି ବ୍ଲକ ରୁ Paramedics ଏବଂ Community Mobilizer ପ୍ରଶିକ୍ଷଣ ନେଇ ଥିଲେ। ଏହି ଶିବିରକୁ ADPHO(TB) Dr Shrabana Kumar Sahukar ସଂଚାଳନ କରିଥିଲେ । DPC Nabeen Kumar Mohanty ଉପସ୍ଥିତ ରହି ଯକ୍ଷ୍ମା ରୋଗ ସମ୍ବନ୍ଧୀୟ ସମ୍ୟକ୍ ଆଲୋଚନା କରିଥିଲେ।Piramal Swasthya ତରଫରୁ DPM Bhabani Sankar Panda, DPL Bijaya Kumar Sahoo ଯୋଗ ଦେଇ ଥିଲେ।