fbpx

ହଳଦୀ ମିଶା କ୍ଷୀର ସମସ୍ତଙ୍କ ପାଇଁ ଲାଭଦାୟକ ନୁହେଁ : ଉପୁଜି ପାରେ ଏହି ୩ଟି ସମସ୍ୟା

ଭୁବନେଶ୍ୱର : ଯେତେବେଳେ ବି ଆମକୁ ଆଘାତ ଲାଗେ କିମ୍ବା ଥଣ୍ଡା ଜ୍ୱର ହୁଏ, ତେବେ ଆମକୁ ହଳଦୀ ମିଶା କ୍ଷୀର ପିଇବାକୁ କୁହାଯାଏ । ବାସ୍ତବରେ, ହଳଦୀ ଆରୋଗ୍ୟ ଗୁଣରେ ପରିପୂର୍ଣ୍ଣ, ଯାହା କି କର୍କୁମିନ୍ ଆଣ୍ଟିଅକ୍ସିଡାଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ ଏବଂ ଆପଣଙ୍କୁ ରୋଗ ସହିତ ଲଢ଼ିବାରେ ମଧ୍ୟ ସାହାଯ୍ୟ କରେ । ଏହା ବ୍ୟତୀତ ହଳଦୀ କ୍ଷୀରରେ ମଧ୍ୟ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି । ଯାହାକୁ ପିଇବା ଦ୍ୱାରା ଆପଣଙ୍କ ଶରୀରର ଯନ୍ତ୍ରଣା କମିଯିବ । କିନ୍ତୁ, କେତେକ ପରିସ୍ଥିତିରେ ଏହାକୁ ପିଇବା ମଧ୍ୟ କ୍ଷତିକାରକ ହୋଇପାରେ । ଏଭଳି କାହିଁକି ` କିପରି ହୁଅ ଆସନ୍ତୁ ବିସ୍ତୃତ ଭାବରେ ଜାଣିବା ।

ଶରୀରର ଉତାପକୁ ବଢ଼ାଏ : ହଳଦୀ କ୍ଷୀର ଆପଣଙ୍କ ଶରୀରର ଉତ୍ତାପକୁ ବଢ଼ାଇପାରେ । କର୍କୁମିନ୍ ଏକ ଉଷ୍ମ ଆଣ୍ଟିଅକ୍ସିଡାଣ୍ଟ ହୋଇଥିବାରୁ ଏହା ଆପଣଙ୍କ ପେଟକୁ ଗରମ କରିପାରେ ଏବଂ ଏହାର ଆବରଣକୁ କ୍ଷତି ମଧ୍ୟ କରିପାରେ । ଏହା ଆପଣଙ୍କ ପାଟିରେ ଫୁଲା, ଶରୀରରେ ଘା ’ଏବଂ ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ତେଣୁ, ଯଦି ଆପଣ ଗରମ ଜିନିଷ ପ୍ରତି ସମ୍ବେଦନଶୀଳ, ତେବେ ଆପଣ ହଳଦୀ କ୍ଷୀର ପିଇବା ଠାରୁ ଦୂରେଇ ରହିବା ଉଚିତ୍ ।

ଲିଭର ଏବଂ ପେଟ ଜନିତ ସମସ୍ୟା : ହଳଦୀ ମିଶା କ୍ଷୀର ଆପଣଙ୍କ ଶରୀରର pH କୁ ମଧ୍ୟ ନଷ୍ଟ କରିପାରେ ଏହା ସହିତ ଶରୀରରେ ଗରମ ମଧ୍ୟ ସୃଷ୍ଟି ହୋଇଥାଏ । ଏଭଳି ପରିସ୍ଥିତିରେ ଲୋକମାନେ ଅଧିକ ହଳଦୀ କ୍ଷୀର ପିଇବା ଦ୍ୱାରା ପେଟ ଫୁଲିବା, ଏସିଡ୍ ରିଫ୍ଲକ୍ସ ଏବଂ ହଜମ ପ୍ରକ୍ରିୟାରେ ସମସ୍ୟା ଅନୁଭବ କରିପାରନ୍ତି । ଏହା ବ୍ୟତୀତ, ଯେଉଁମାନଙ୍କର ଯକୃତ ସମ୍ବନ୍ଧୀୟ ସମସ୍ୟା ରହିଛି, ସେମାନେ ମଧ୍ୟ ହଳଦୀ କ୍ଷୀର ପିଇବା ଠାରୁ ଦୂରେଇ ରହିବା ଉଚିତ । କାରଣ ଏହା ଯକୃତର କାର୍ଯ୍ୟକୁ ନଷ୍ଟ କରିପାରେ, ଯେଉଁଥିପାଇଁ ଆପଣଙ୍କୁ ଅନେକ ସମସ୍ୟା ହୋଇପାରେ ।

ଗାଲବ୍ଲାଡର ବ୍ୟକ୍ତି ପିଅନ୍ତୁ ନାହିଁ : ଏହି ବ୍ୟକ୍ତିମାନେ ହଳଦୀ ମିଶ୍ରିତ କ୍ଷୀର ପିଇବା ଠାରୁ ଦୂରେଇ ରୁହନ୍ତୁ । କାରଣ ଶରୀରରେ ଥିବା ପିତାଶୟ ବା ଗାଲବ୍ଲାଡର ଆପଣଙ୍କ ପାଚନ ତନ୍ତ୍ର ଏପରି ଏକ ଅଂଶ, ଯାହାର ମୁଖ୍ୟ କାମ ପିତ୍ତକୁ ସଂଗୃହିତ କରିବା । ଆପଣଙ୍କ ହଜମ ପ୍ରକ୍ରିୟାରେ ଚର୍ବି ଭାଙ୍ଗିବାରେ ସାହାଯ୍ୟ କରେ ଏବଂ କୋଲେଷ୍ଟ୍ରଲ, ବିଲିରୁବିନ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ତେଣୁ, ଏହି ସମସ୍ତ କାରଣ ପାଇଁ, ଆପଣ ହଳଦୀ କ୍ଷୀର ପିଇବା ଠାରୁ ଦୂରେଇ ରହିବା ଉଚିତ୍ ।

Get real time updates directly on you device, subscribe now.