fbpx

ଏହି କମ୍ପାନୀ ସହ ଡିଲ କଲା TVS ମୋଟର, ଭାରତରେ ଇଲେକ୍ଟ୍ରିକ୍ ୩ ହ୍ୱିଲର୍ସ ପାଇଁ ପ୍ରଦାନ କରିବ ଋଣ

ନୂଆଦିଲ୍ଲୀ: ନନ୍ ବ୍ୟାଙ୍କିଙ୍ଗ୍ ଫାଇନାନସିଆଲ କମ୍ପାନୀ Ecofy ୩ ଚକିଆ ବାହାନ ପାଇଁ ଋଣ ପ୍ରଦାନ କରିବା ପାଇଁ TVS ମୋଟର ସହ ପାର୍ଟନରସିପ୍ ଘୋଷଣା କରିଛି । ରଣନୀତିକ ସହଯୋଗର ଉଦେ୍ଦଶ୍ୟ ହେଉଛି ବୈଦୁ୍ୟତିକ ତିନି ଚକିଆ ଯାନ ଗ୍ରହଣକୁ ତ୍ୱରାନ୍ୱିତ କରିବା ଏବଂ ପରିବେଶ ଅନୁକୂଳ ପରିବହନକୁ ପ୍ରୋତ୍ସାହିତ କରିବା ବୋଲି ଦୁଇ କମ୍ପାନୀ ମିଳିତ ବିବୃତ୍ତିରେ କହିଛନ୍ତି । କହିରଖୁଛୁ ଇକୋଫାଇ ସବୁଜ କ୍ଷେତ୍ର(green sector) ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥାଏ ।

TVS ମୋଟର କମ୍ପାନୀ ଦୁଇ ଚକିଆ ଏବଂ ୩ ଚକିଆ ଯାନ ପ୍ରସ୍ତୁତ କରିବାରେ ଦେଶର ପ୍ରମୁଖ କମ୍ପାନୀ ଅଟେ । ଇକୋଫାଇର ସହ ପ୍ରତିଷ୍ଠାତା ତଥା ସିଇଓ ରାଜଶ୍ରୀ ନାମବିଆର ଏକ ବୟାନରେ କହିଛନ୍ତି, ‘ଟିଭିଏସ୍ ମୋଟର ସହ ଏହି ପାର୍ଟନରଶିପ୍ ସ୍ୱଚ୍ଛ ଉର୍ଜ୍ଜା ପ୍ରତି ଆମର ପ୍ରତିବଦ୍ଧତା ଅନୁରୂପ ଅଟେ । ଟିଭିଏସ ମୋଟରର ଷ୍ଟ୍ରଙ୍ଗ୍ ଡିଷ୍ଟ୍ରିବୁସନ୍ ଏବଂ ନେଟୱାର୍କ ସହ ଆମେ ଉଭୟ ଯାତ୍ରୀ ଏବଂ କାର୍ଗୋ ଇଲେକ୍ଟ୍ରିକ ତିନି ଚକିଆ ଯାନ ପାଇଁ ବିସ୍ତୃତ ଆର୍ଥିକ ସହାୟତା ପ୍ରଦାନ କରିବାରେ ସକ୍ଷମ ହୋଇପାରିବୁ ।’ ଅପରପକ୍ଷରେ ଟିଭିଏସ୍ ମୋଟର୍ସ କମ୍ପାନୀର ବାଣିଜ୍ୟିକ ଯାନ ବ୍ୟବସାୟର ମୁଖ୍ୟ ରଜତ ଗୁପ୍ତା କହିଛନ୍ତି, ‘ଇକୋଫାଇ ସହ ପାର୍ଟନରଶିପ୍ କରିବା ଦ୍ୱାରା ଆମର ଉତ୍ପାଦନ ଦକ୍ଷତାକୁ ସେମାନଙ୍କ ଅଭିନବ ଆର୍ଥିକ ସେବା ସହ ଯୋଡ଼ିବାକୁ ସୁଯୋଗ ମିଳିବ । ପରିବେଶ ଅନୁକୂଳ ପରିବହନ ସମାଧାନ ପ୍ରଦାନ କରିବାକୁ ଆମର ପ୍ରତିବଦ୍ଧତା ସହ ଏହା ଅନୁରୂପ ଅଟେ ।’

Get real time updates directly on you device, subscribe now.