fbpx

(Video) ଏହି ୨୦ଟି ଗୀତ ପାଇଁ ସୁର ସାମ୍ରାଜ୍ଞୀ ଲତା ରହିବେ ଯୁଗ ଯୁଗ ପାଇଁ ଚିର ଅମର

Advertisement

ନୂଆଦିଲ୍ଲୀ: କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର ସଙ୍ଗୀତ ଜଗତ ପାଇଁ ଆଜି ଏକ ଦୁଃଖଦ ଦିବସ । ୭୦ ବର୍ଷ ଧରି କୋଟି କୋଟି ଜନତାଙ୍କୁ ନିଜର ସୁମଧୁର ସ୍ୱରରେ ମନ୍ତ୍ରମୁଗ୍ଧ କରି ରଖିଥିବା ଏକ ତାରକା ଉପରେ ସବୁଦିନ ପାଇଁ ଛାଇ ଯାଇଛି କଳା ବାଦଲ । ସୁର ସାମ୍ରାଜ୍ଞୀ ଲତାଙ୍କ ହରାଇ ଆଜି କାନ୍ଦୁଛି ଭାରତବର୍ଷ । ଇଚ୍ଛା ହେଉନଥିଲେ ବି ଅନ୍ତିମ ବିଦାୟ ଦେବାକୁ ପଡ଼ୁଛି ଏହି ମହାନ୍ ତାରକାଙ୍କୁ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅଗଣିତ ଜନସାଧାରଣ ଲତାଙ୍କ ବିୟୋଗରେ ମର୍ମାହତ ହୋଇପଡ଼ିଛନ୍ତି ।

ନିଜର ୭୦ ବର୍ଷର କ୍ୟାରିୟର ମଧ୍ୟରେ ଲତା ସଙ୍ଗୀତ ଜଗତକୁ ଯାହା ଦେଇ ଯାଇଛନ୍ତି ତାହାକୁ ଶବ୍ଦରେ ପରିପ୍ରକାଶ କରିବା ଅସମ୍ଭବ । ଆଜି ବି ତାଙ୍କର ସେଇ ସଙ୍ଗୀତ ଶୁଣିଲେ ମନରେ ଦେଶପ୍ରେମର ଭାବନା ତତକ୍ଷଣାତ ଜାଗ୍ରତ ହୋଇଉଠେ । ଭାରତୀୟ ସିନେ ଜଗତର ଏପରି ୨୦ଟି ଗୀତ ପାଇଁ ଲତା ଯୁଗ ଯୁଗ ଧରି ଅମର ହୋଇ ରହିବେ । ସେହି ଚିର ସବୁଜ ଗୀତଗୁଡ଼ିକ ହେଉଛି: ୧- ଲଗ ଜା ଗଲେ, ୨- ମେରା ସାୟା ସାଥ ହୋଗା, ୩- ୟେ ମେରେ ୱତନ କେ ଲୋଗୋଁ, ୪- ୟାରା ସିଲୀ ସିଲୀ, ୫- ଶୀଶା ହୋ ୟା ଦିଲ ହୋ, ୬- ଜାନେଁ କ୍ୟୋଁ ଲୋଗ ମହବତ, ୭- ଦିଲ ତୋ ପାଗଲ ହେ, ୮- ଦୋ ପଲ ରୂକା ଖ୍ୱାବୋଁ କା କାରୱାଁ, ୯- ବାହୋଁ ମେଁ ଚଲେ ଆୟୋ, ୧୦- ଜାନେ କ୍ୟା ବାତ ହୈ, ୧୧- ଇସ ମୋଡ଼ ସେ ଜାତେ ହୈଁ, ୧୨- ପରସେସିଆ ୟେ ସଚ ହୈ ପିୟା, ୧୩- କଭୀ ଖୁଶୀ କଭୀ ଗମ, ୧୪- ମେଁ ତୋ କବସେ ଖଡ଼ୀ ଉସ ପାର, ୧୫- ମେରୀ ଆୱାଜ ହୀ ପହଚାନ ହୈ, ୧୬- ଦିଦି ତେରା ଦେବର ଦିବାନା, ୧୭- ପିୟା ବିନା ପିୟା ବିନା, ୧୮- ଲୁକା ଛୁପୀ ବହୁତ ହୁଈ, ୧୯- ମେଁ ଚଲୀ ମେଁ ଚଲୀ, ୨୦- ତୁମ ହୀ ମେରା ମନ୍ଦିର ।

Get real time updates directly on you device, subscribe now.