ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଘୋଷଣା କରିଛନ୍ତି ଯେ, ଭାରତରେ ଖୁବଶୀଘ୍ର ବିଦେଶୀ ୟୁନିଭର୍ସିଟିଜ କ୍ୟାମ୍ପସ ଖୋଲିବାକୁ ଯାଉଛି । ବର୍ତ୍ତମାନ ଛାତ୍ରଛାତ୍ରୀମାନେ ନିଜର ସ୍ୱପ୍ନ ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ବିଦେଶ ଯାତ୍ରା କରିବାକୁ ପଡିବନାହିଁ । ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଅଷ୍ଟ୍ରେଲିଆର ଦୁଇଟି ବଡ ବିଶ୍ୱବିଦ୍ୟାଳୟ ଭାରତରେ କ୍ୟାମ୍ପସ ଖୋଲିବା ପାଇଁ ଇଛା ପ୍ରକାଶ କରିଛନ୍ତି । ଏହି ସଂପର୍କରେ ସରକାରଙ୍କ ସହ ସେମାନେ କଥାବାର୍ତ୍ତା ହୋଇଛନ୍ତି ।
ସୂଚନା ଅନୁସାରେ, ଅଷ୍ଟ୍ରେଲିଆର ଦୁଇଟି ୟୁନିଭର୍ସିଟି ଗୁଜୁରାଟ ଏବଂ ଗାନ୍ଧୀନଗର ପାଖରେ ଗିଫ୍ଟ ସିଟିରେ ଥିବା ସ୍ୱତନ୍ତ୍ର ଇଣ୍ଟରନାସନାଲ ଫାଇନେସିଆଲ ସର୍ଭିସ ସେଣ୍ଟର ଅଥୋରିଟିଙ୍କ ସହ କଥାବାର୍ତ୍ତା ହେଉଛନ୍ତି । ଅଷ୍ଟ୍ରେଲିଆ Deakin University ର କ୍ୟାମ୍ପସ ଭାରତରେ ଖୋଲିବା ପାଇଁ ପାଖାପାଖି ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ ୟୁଜିସି ଚେୟାରମ୍ୟାନ ପ୍ରୋଏମ ଜଗଦୀଶ କୁମାର କହିଛନ୍ତି ଯେ, କିଛି ବିଦେଶୀ ୟୁନିଭର୍ସିଟି ଭାରତରେ ନିଜର କ୍ୟାମ୍ପସ ଖୋଲିବା ପାଇଁ କଥାବର୍ତ୍ତା ହେଉଛନ୍ତି । ବର୍ତ୍ତମାନ ଡେକାନ ୟୁନିଭର୍ସିଟି ନାମରେ ଚର୍ଚ୍ଚା ଉପରେ କୁହାଯାଉଛି ଯେ, ଏହି ଦିଗରେ ଏହା ପ୍ରଥମ ବିଦେଶୀ କ୍ୟାମ୍ପସ ହେବ ।
ଡେକାନ ଆଇଏଫଏସସିଏକୁ କ୍ୟାମ୍ପସ ସ୍ଥାପନ କରିବା ପାଇଁ ଆବେଦନ କରିସାରିଛି । ସୂଚନା ଅନୁସାରେ, ୨୦୨୩ ମାର୍ଚ୍ଚ ୮ ତାରିଖରେ ଆଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏଥନୀ ଅଲବନୀଜର ଅହମଦାବାଦ ଯାତ୍ରାରେ ଏହି ୟୁନିଭର୍ସିଟି କ୍ୟାମ୍ପସ ଖୋଲିବାର ଘୋଷଣା କରିଛନ୍ତି । ତେବେ ଆସନ୍ତା ବର୍ଷ ଏହାର ପରିଚାଳନା ଆରମ୍ଭର ଆଶା ରଖାଯାଇଛି । ଡେକାନ ପ୍ରଥମେ ଛାତ୍ରମାନଙ୍କୁ ସ୍ନାତକୋତ୍ତର କାର୍ଯ୍ୟକ୍ରମରେ ପ୍ରଥମେ ସ୍ୱୀକାର କରିବାକୁ ଯୋଜନା କରିଛନ୍ତି । ଡେକାନ ୱାର୍ଲଡ ୟୁନିଭର୍ସିଟି ର୍ୟାକିଂରେ ୨୬୬ସ୍ଥାନରେ ରହିଥିବା ସହ ଦୁନିଆର ଟପ୍ ୫୦ ୟୁଥ କ୍ୟାମ୍ପସରେ ଅନ୍ତର୍ଭୁକ୍ତ ଅଛି ।