fbpx

ତେଲନଦୀକୁ ଡେଇଁପଡିଲେ ୨ ଯୁବତୀ

ବଲାଙ୍ଗିର, ୧୫ ।୧୦(ଓଡିଶା ଭାସ୍କର): ବଲାଙ୍ଗିର ଜିଲ୍ଲା ତୁଷୁରା-ଗୁଡଭେଲା ରାସ୍ତାରେ ଘଟିଯାଇଛି ଅଭାବନୀୟ ଘଟଣା । ପୋଲରୁ ତେଲନଦୀକୁ ଡେଇଁ ପଡି ନିଖୋଜ ହୋଇଛନ୍ତି ୨ ଯୁବତୀ । ପୋଲ ଉପରେ ରହିଥିବା ସ୍କୁଟିଟି କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡିଛି । ସ୍କୁଟିଟି ରାମୋତାର ଅଗ୍ରୱାଲଙ୍କ ନାଁରେ ଥିବା ସୂଚନା ରହିଛି । ଲୋକଙ୍କ କହିବା ମୁତାବକ, ଆଜି ମଧ୍ୟାହ୍ନ ସମୟରେ ୨ ଯୁବତୀ ଏକ ସ୍କୁଟିରେ ଆସି ବ୍ରିଜ ଉପରେ ପହଞ୍ଚିଥିଲେ। ଏହାପରେ ଚପଲ ରଖି ୨ ଜଣ ନଦୀକୁ ଡେଇଁ ପଡ଼ିଥିଲେ । ସମ୍ପର୍କରେ ୨ ଜଣ ଭଉଣୀ ଥିବା ବେଳେ ସେମାନଙ୍କ ଘର ଗୁଡ଼ଭେଲା ଅଞ୍ଚଳରେ ବୋଲି ଜଣାପଡିଛି । ଉଭୟଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ଆଶଙ୍କା କରାଯାଉଛି । ତେବେ୨ ଭଉଣୀ କାହିଁକି ନଦୀକୁ ଡେଇଁପଡ଼ିଲେ, ତାହାର କାରଣ ଜଣାପଡିନାହିଁ । ଖବର ପାଇ ଗୁଡଭେଲା ପୋଲିସ, ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Get real time updates directly on you device, subscribe now.