କଣ୍ଟାବାଞ୍ଜି: ରେଳ ୱାଗନରୁ ବୋମା ଜବତ ଘଟଣାରେ ୨ ଜଣଙ୍କୁ ନିଲମ୍ବିତ କରାଯାଇଛି । ଆଜି ୱାଗନରୁ ୧୨ଟି ବୋମା ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ସୂଚନାରୁ ପ୍ରକାଶ ଗୋଲାବାରୁଦ କାରଖାନାର ୨ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସେମାନେ ହେଉଛନ୍ତି ଜୁନିୟର ୱାର୍କସ ମ୍ୟାନେଜର ସୁଶାନ୍ତ ପାଣିଗ୍ରାହୀ ଏବଂ ଜୁନିୟର ୱାର୍କସ ମ୍ୟାନେଜର ବୌଦ୍ଧ ବେହେରା ।
ମାଓପ୍ରବଣ ଅଞ୍ଚଳ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ଯାଞ୍ଚବେଳେ ରେଳ ୱାଗନରୁ ୧୨ଟି ବୋମା ଜବତ ହୋଇଥିବା ଘଟଣା ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଥିଲା ।
ଜବତ ବୋମା ସଇଁତଳା ଗେଳାବାରୁଦ କାରଖାନାର ହୋଇଥିବା ସୂଚନା ।
ତେବେ ବୋମା ଫେରାଇ ଦିଆଯାଇଥିବା କହିଲେ ଷ୍ଟେସନ ମାଷ୍ଟର । ଟ୍ରେନରେ ବିସ୍ଫୋରଣ କରିବା ଯୋଜନାରେ ଷଡଯନ୍ତ୍ରକାରୀ ବୋମା ରଖିିଥିବା ସନ୍ଦେହ କରାଯାଉଛି ।