fbpx

ଟିଭି ଅଭିନେତ୍ରୀ ଅମରୀନ ଭଟ୍ଟଙ୍କୁ ହତ୍ୟା କରିଥିବା ୨ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୋଲିସ ହାତରେ ଟିଭି ଅଭିନେତ୍ରୀ ଅମରୀନ ଭଟ୍ଟଙ୍କ ହତ୍ୟାକାରୀ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଆଉ ୨୪ ଘଣ୍ଟା ମଧ୍ୟରେ ଏହି ଘଟଣାର ସମାଧାନ ହୋଇଛି । ଏଏନଆଇର ରିପୋର୍ଟ ଅନୂଯାୟୀ, ଟିଭି କଳାକାର ଅମରୀନ ଭଟ୍ଟଙ୍କ ଜଘନ୍ୟ ହତ୍ୟା ରେ ଜଡ଼ିତ ଥିବା ଆତଙ୍କବାଦୀଙ୍କୁ ସଫା କରିଛି ପୋଲିସ ।

ପୁଲୱାମାର ଅବନ୍ତିପୁରାରେ ଗୁରୁବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ କିଛି ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ୨ ଆତଙ୍କୀ ନିପାତ ହୋଇଥିଲେ । ଜମ୍ମୁ-କଶ୍ମୀର ପୋଲିସର କହିବା ଅନୂଯାୟୀ ଏହି ୨ ଆତଙ୍କବାଦୀ ଅମରୀନ ଭଟ୍ଟଙ୍କ ହତ୍ୟାର ସଂପୃକ୍ତ ଥିଲେ । କାଶ୍ମୀର  ଜୋନ୍ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାନ କହିଛନ୍ତି ଯେ ଦୁଇ ଆତଙ୍କବାଦୀଙ୍କ ପରିଚୟ ମିଳିଛି ଏମାନେ ଶାହିଦ ମୁଶ୍ତାକ ଭଟ୍ଟ ଏବଂ ଫରହାନ ହବୀବ । ଏମାନେ ଲସ୍କର-ଏ-ତୋଏବା କମାଣ୍ଡର ଲତୀଫର ନିର୍ଦ୍ଦେଶରେ ଟିଭି କଳାକାର ଅମରୀନ ଭଟ୍ଟଙ୍କୁ ହତ୍ୟା କରିଥିଲେ । ଏମାନଙ୍କ ପାଖରୁ ହତିଆର, ଗୋଳାବାରୁଦ ସହ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି ।

ସୂଚନାଯୋଗ୍ୟ, ଅମରୀନଙ୍କ ଭିଣୋଇ କହିଛନ୍ତି ଯେ ବୁଧବାର ରାତି ପ୍ରାୟ ୮ ଟା ସମୟରେ ୨ଜଣ ଅମରୀନଙ୍କ ଘରକୁ ଆସିଥିଲେ ଏବଂ ତାଙ୍କୁ ସୁଟିଂ ପାଇ ଯିବାକୁ କହିଥିଲେ ଯେମିତି ଅମରୀନ ଘରୁ ବାହାରକୁ ବାହାରିଥିଲେ ଆତଙ୍କବାଦୀ ତାଙ୍କ ଉପରକୁ ଆକ୍ରମଣ କରିଦେଇଥିଲେ, ଯେଉଁଥିରେ ଅମରୀନଙ୍କ ମୃତ୍ୟୁ ହୋଇଥିଲା ।

 

Get real time updates directly on you device, subscribe now.