ମଝି ରାସ୍ତାରେ ଭିଡ଼ିଗଲେ କଂଗ୍ରେସର ଦୁଇ ମହିଳା ନେତା

ନୂଆଦିଲ୍ଲୀ: ଗୁଜରାଟ କଂଗ୍ରେସର ଦୁଇ ମହିଳା ନେତାଙ୍କ ରୋଡ ଉପରେ ମାରପିଟର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଗୁଜରାଟ ଭାବନଗର କଂଗ୍ରେସର ପୂର୍ବ ଏବଂ ବର୍ତ୍ତମାନ ମହିଳା ଅଧ୍ୟକ୍ଷଙ୍କ ମଧ୍ୟରେ ବୁଧବାର ଜବରଦସ୍ତ ମାରପିଟ୍ ହୋଇଥିଲା ।

ଘଟଣା ଅନୁଯାୟୀ, ବୁଧବାର ଭାବନଗରରେ କଂଗ୍ରେସ ପକ୍ଷରୁ ଏକ ରାଲି କରାଯାଇଥିଲା ଏହି ରାଲିରେ ଦୁଇ ମହିଳା ନେତା ପରସ୍ପର ମଧ୍ୟରେ ଭିଡିଯାଇଥିଲେ । କଂଗ୍ରେସର ପୂର୍ବ ମେୟର ପାରୁଲ ତ୍ରିବେଦୀ ଏବଂ ପୂର୍ବ ମହିଳା ଅଧ୍ୟକ୍ଷଙ୍କ ମଧ୍ୟରେ ମାରପିଟ ହୋଇଥିଲା, ଏମିତିକି ଉଭୟ ପରସ୍ପର ତଣ୍ଟିକୁ ମଧ୍ୟ ଧରିଥିଲେ । ଅବଶ୍ୟ କଂଗେସ ନେତା ଦୁଇ ମହିଳା ନେତାଙ୍କୁ ବୁଝାସୁଝା କରାଯିବା ପରେ ମାମଲାକୁ ରଫା ଦଫା କରାଯାଇଥିଲା ।

କୁହଯାଉଛି ଦଳରେ ନିଜର ଦବଦବାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ଦିନରୁ ବିବାଦ ରହିଆସିଛି । ଏହି ମାରପିଟ ସମୟରେ ପୂର୍ବ ମେୟର ପାରୁଲ ତ୍ରିବେଦୀଙ୍କ ଆଖିରେ ଆଘାତ ଲାଗିଥିଲା ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ସେପଟେ ଘଟଣାକୁ ନେଇ କଂଗ୍ରେସର ବଡ଼ ନେତାମାନେ କିଛି କହିନାହାନ୍ତି ।