fbpx

Deputy Sub-Collectorଙ୍କୁ ୨ ବର୍ଷ ଜେଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ଭିଜିଲାନ୍ସ କୋର୍ଟ ୨ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି । ଏଥିସହିତ ତାଙ୍କୁ ୧୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ମାମଲାର ବିଚାର କରି ଏପରି ଶୁଣାଣି କରିଛନ୍ତି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ।

ଏହି ଅଧିକାରୀ ଜଣଙ୍କ ହେଉଛନ୍ତି ମୟୁରଭଞ୍ଜ ଶାମାଖୁଣ୍ଟା ବ୍ଲକର ପୂର୍ବତନ ତହସିଲଦାର ସବିତା ସାହୁ ଯେ କି ବର୍ତ୍ତମାନ ବାଲେଶ୍ୱରରେ ଡେପୁଟି ସବ କଲେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି । ଗତ ୨୦୧୪ ମସିହାରେ ଶାମାଖୁଣ୍ଟା ତହସିଲ ଅନ୍ତର୍ଗତ ମହୁଳିଆ ମୌଜାରେ ୫ ଲକ୍ଷ ଖଞ୍ଚାଇଟା ପୋଡ଼ିବାକୁ ଅନୁମତି ପାଇଁ ଜଣେ ଇଟାଭାଟି ପରିଚାଳକଙ୍କୁ ସବିତା ୧୫ ହଜାର ଲାଞ୍ଚ ମାଗିଥିଲେ । ଏନେଇ ପରିଚାଳକ ଜଣଙ୍କ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଉକ୍ତ ବର୍ଷ ନଭେମ୍ବର ୨୭ ତାରିଖରେ ତହସିଲଦାର ସବିତା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ । ଉକ୍ତ ମାମଲାର ବିଚାର ପରି କୋର୍ଟ ଚୂଡ଼ାନ୍ତ ଫଇସଲା ଶୁଣାଇଛନ୍ତି । ଏଥିସହିତ ସବିତାଙ୍କ ନାମରେ ୪୫ ଲକ୍ଷରୁ ଅଧିକ ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ ମାମଲା କୋର୍ଟରେ ବର୍ତ୍ତମାନ ବିଚାରାଧୀନ ରହିଛି ।

Get real time updates directly on you device, subscribe now.