fbpx

UEFA EURO 2024 ସେମିଫାଇନାଲ, ଫାଇନାଲ ଶିଡ୍ୟୁଲ ଘୋଷିତ

ନୂଆଦିଲ୍ଲୀ: ଜର୍ମାନୀରେ ଚାଲିଥିବା ୟୁରୋପୀୟ ଫୁଟବଲ ଆସୋସିଏସନ ୟୁନିୟନ (ଉଫା) ୟୁରୋ କପ୍ ୨୦୨୪ ଟୁର୍ଣ୍ଣାମେଣ୍ଟ ଏହା ମଧ୍ୟରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ମାତ୍ର ୩ଟି ମ୍ୟାଚ ପରେ ଉଫା ୟୁରୋ ୨୦୨୪ର ଚାମ୍ପିୟନର ନାମ ସାମ୍ନାକୁ ଆସିବ । ସ୍ପେନ, ଫ୍ୟାନ୍ସ, ଇଂଲଣ୍ଡ ଓ ନେଦରଲାଣ୍ଡସ ଏହି ୪ଟି ଟିମ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଗତକାଲି ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ସ୍ୱିଜରାଲାଣ୍ଡକୁ ପେନାଲ୍ଟୀ ଶୁଟଆଉଟରେ ଇଂଲଣ୍ଡ ୫-୩ରେ ପରାସ୍ତ କରିଥିଲା । ସେହିପରି ଅନ୍ୟ ଏକ କ୍ୱାର୍ଟର ଫାଇନାଲ ମ୍ୟାଚରେ ତୁର୍କୀକୁ ୨-୧ ଗୋଲରେ ନେଦରଲାଣ୍ଡସ ପରାସ୍ତ କରିଥିଲା ।

ତେବେ ଏହା ମଧ୍ୟରେ ଉଫା ୟୁରୋ ୨୦୨୪ର ସେମିଫାଇନାଲ ଓ ଫାଇନାଲ ଶିଡ୍ୟୁଲ ଘୋଷଣା କରାଯାଇଛି । ଜୁଲାଇ ୧୦ରେ ଭାରତୀୟ ସମୟ ଅନୁସାରେ ରାତି ୧୨.୩୦ରେ ସ୍ପେନ ଓ ଫ୍ରାନ୍ସ ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳାଯିବ । ସେହିପରି ଜୁଲାଇ ୧୧ ତାରିଖ ଦିନ ସମାନ ସମୟରେ ଦ୍ୱିତୀୟ ସେମିଫାଇନାଲ ନେଦରଲାଣ୍ଡସ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଏହାପରେ ୧୫ ତାରିଖରେ ଦୁଇ ସେମିଫାଇନାଲ ବିଜେତାଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ସ୍ପେନ ପୂର୍ବରୁ ୩ ଥର ବିଶ୍ୱ ଚାମ୍ପିୟନ ହୋଇସାରିଥିବା ବେଳେ ଇଂଲଣ୍ଡ ଏଥର ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି । ସେହିପରି ଫ୍ରାନ୍ସ ୧୯୮୪ରେ ଓ ୨୦୦୦ରେ ଚାମ୍ପିୟନ ହୋଇଥିବା ବେଳେ ନେଦରଲାଣ୍ଡସ ୧୯୮୮ରେ ଉଫା ୟୁରୋ କପ୍ ଚାମ୍ପିୟନ ହୋଇଥିଲା ।

Get real time updates directly on you device, subscribe now.