fbpx

ୟୁକ୍ରେନ ତାର ଶେଷ ଅସ୍ତ୍ର ପକାଇ ଅଢେଇ ବର୍ଷର ଯୁଦ୍ଧରେ ପାଇବ ବିଜୟ

ନୂଆଦିଲ୍ଲୀ: ଋଷ- ୟୁକ୍ରେନ ଯୁଦ୍ଧକୁ ଅଢେଇ ବର୍ଷ ବିତିଗଲାଣି, ହେଲେ ଯୁଦ୍ଧରେ ଲାଗୁନି ବ୍ରେକ୍ । ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତିଶାଳୀ ଋଷକୁ ଅନେକ ସମୟରେ ୟୁକ୍ରେନ ନାକେଦମ କରିଦେଉଛି । ତେବେ ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ମୁତାବକ, ଖୁବ ଶୀଘ୍ର ୟୁକ୍ରେନ ଏହି ଯୁଦ୍ଧରେ ଆଣିବ ପରିସମାପ୍ତି । ଏଥିପାଇଁ ସେ ତା ବ୍ରହ୍ମାସ୍ତ୍ର ବ୍ୟବହାର କରିବାକୁ ଯାଉଛି । ଏହି ବ୍ରହ୍ମାସ୍ତ୍ରର ନାଁ ଷ୍ଟର୍ମ ସାଡୋ ମିଜାଇଲ ।

ଲମ୍ବା ଦୂରତା ସମ୍ପନ୍ନ ଏହି ମିଜାଇଲ ମାଡରେ ଋଷ ଧୂଳିସାତ ହୋଇଯିବ ବୋଲି କୁହାଯାଉଛି । ୟୁକ୍ରେନ ଆକାର ଓ ଶକ୍ତିରେ ଋଷଠାରୁ ଅନେକାଂଶରେ ଦୁର୍ବଳ । କିନ୍ତୁ ଆମେରିକା, ବ୍ରିଟେନ,ଅଷ୍ର୍ଟ୍ରେଲିଆ ଆଦି ଦେଶ ଦ୍ୱାରା ମିଳିଥିବା ଭାରି ଓ ଧ୍ୱଂସକାରୀ ଟ୍ୟାଙ୍କର, ମିଜାଇଲ, ଆଣ୍ଟି ଏୟାରକ୍ରାପ୍ଟ, ଗୋଳାବାରୁଦରେ ସେ ସମୃଦ୍ଧ ହୋଇଛି । ସେପଟେ ଆମେରିକା ଓ ବ୍ରିଟେନ ଯେଉଁ ପ୍ରତିବନ୍ଧକ ୟୁକ୍ରେନ ଉପରେ ଲଗାଇଥିଲେ ତାକୁ ପ୍ରତ୍ୟାହାର କରିବାକୁ ଯାଉଛନ୍ତି । ଏହି ପ୍ରତିବନ୍ଧକ ମୁଖ୍ୟତଃ ଦୂରଗାମୀ ମାଜାଇଲ ଉତ୍କ୍ଷେପଣ ଉପରେ ଲଗାଯାଇଥିଲା ।

ଏହି ପ୍ରତିବନ୍ଧକ ଉଠାଇଦେବା ପରେ ୟୁକ୍ରେନ ଋଷ ଉପରେ ଦୂରଗାମୀ ମିଜାଇଲ ମାଡ କରିବାରେ ସମର୍ଥ ହେବ । ବିବିସି ରିପୋର୍ଟ ମୁତାବକ, ୟୁକ୍ରେନ ନିକଟରେ ପୂର୍ବରୁ ଲମ୍ବା ଦୂରଗାମୀ ମିଜାଇଲର ଭଣ୍ଡାର ରହିଛି । ଥରେ ପ୍ରତିବନ୍ଧକ ହଟିଲେ ୟୁକ୍ରେନ ଋଷ ଉପରେ ଆକ୍ରମଣକୁ ତୀବ୍ର କରିବ ଓ ଏହି ଲମ୍ବା ଦୂରଗାମୀ ମିଜାଇଲ ଆଟାକରେ ଋଷର ଆଭ୍ୟନ୍ତରୀଣ ଇଲାକାକୁ ଧ୍ୱଂସସ୍ତୁପରେ ପରିଣତ କରିଦେବ ।

ୟୁକ୍ରେନର ଏହି ମିଜାଇଲର ନାମ ଷ୍ଟର୍ମ ସାଡୋ, ଏକ ଆଙ୍ଗଲୋ-ଫ୍ରେଞ୍ଚ କ୍ରୁଜ ମିଜାଇଲ । ଏହା ୨୫୦ କିମି ଯାଏଁ ଲକ୍ଷ୍ୟ ଭେଦକରିବାର କ୍ଷମତା ରଖିଛି । ୫.୧୦ ମିଟର ଲମ୍ବର ଏହି ମିଜାଇଲର ଓଜନ ୧୩ଶହ କେଜି । ଏହା କୌଣସି ବି ପାଗରେ ଆକ୍ରମଣକୁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚାଇପାରେ ।

Get real time updates directly on you device, subscribe now.