fbpx

ରୁଷ ତେଲ ଟ୍ୟାଙ୍କର ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ, ଅଧିକାରୀ କହିଲେ ଜାହାଜ ଇଞ୍ଜିନରେ ଛିଦ୍ର ହୋଇଛି

ନୂଆଦିଲ୍ଲୀ: ୟୁକ୍ରେନ ପୁଣି ଥରେ ରୁଷ ଉପରେ ଆକ୍ରମଣ କରିଛି । ଡ୍ରୋନ ଆକ୍ରମଣରେ ରୁଷର ସବୁଠୁ ବଡ଼ ଟ୍ୟାଙ୍କରକୁ ଟାର୍ଗେଟ କରାଯାଇଥିଲା । ୟୁକ୍ରେନ ସୁରକ୍ଷା ସେବାର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ୪୫୦ କିଲୋ ଟିଏନଟି ସହ ସଜ୍ଜିତ ଏକ ଡ୍ରୋନ ରୁଷ ପତକା ଲାଗିଥିବା ସିଗ୍ ଜାହାଜ ଉପରେ ଆକ୍ରମଣ କରିଥିଲା ।

ବିଦେଶୀ ମିଡିଆ ଅନୁସାରେ, ରୁଷ ଅଧିକାରୀଙ୍କ କହିବା କଥା ହେଲା, ଏହି ଆକ୍ରମଣ କାରଣରୁ ଜାହାଜର ଷ୍ଟାରବୋର୍ଡ ୱାଟର ଲାଇନରେ ଛିଦ୍ର ହୋଇଯାଇଛି । ଯେଉଁ କାରଣରୁ ପାଣିର ଇନଟେକକୁ ବନ୍ଦ କରିବାକୁ ପଡିଛି । ରୁଷର ସମୁଦ୍ର-ନଦୀ ପରିବହନ ଅଧିକାରୀ କହିଛନ୍ତି ଯେ, ଏହି ଆକ୍ରମଣରେ କୌଣସି ବ୍ୟକ୍ତିର କିଛି କ୍ଷତି ହୋଇନାହିଁ ଏବଂ ଆକ୍ରମଣ ସମୟରେ ସିଗ୍ ଜାହାଜ ତେଲ ପରିବହନ କରୁନଥିଲା । ଅନ୍ୟପକ୍ଷେ ୟୁକ୍ରେନ ଦାବି କରିଛି ଯେ, ଟ୍ୟାଙ୍କର ରୁଷ ସେନାମାନଙ୍କ ପାଇଁ ଇନ୍ଧନ ନେଇ ଯାଉଥିଲା ଏବଂ ଏହି ଆକ୍ରମଣରେ ଜାହାଜର କିଛି ଲୋକେ ଆହତ ହୋଇଛନ୍ତି ।

ୟୁକ୍ରେନ ଗୋଟିଏ ଦିନ ପୂର୍ବରୁ ରୁଷ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା। କଳା ସାଗରରେ ରୁଷର ବନ୍ଦର ସମେତ ୟୁକ୍ରେନ ଏକ ଯୁଦ୍ଧ ଜାହାଜ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ରୁଷର ନୌସେନାର ଅବତରଣ ଜାହାଜ ‘ଓଲେନେଗୋରସ୍କି ଗୋର୍ନିଆକ୍’ କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣ ହେତୁ ରୁଷର ଯୁଦ୍ଧ ଜାହାଜ ଆଉ କୌଣସି ଯୁଦ୍ଧ କାର୍ଯ୍ୟରେ ନିୟୋଜିତ ହୋଇପାରିବ ନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷର କଳା ସାଗର ବନ୍ଦର ହେଉଛି ଏକ ନୌସେନାର ଆଧାର। ସେଠାରେ ଏକ ଜାହାଜ ନିର୍ମାଣ ପ୍ରାଙ୍ଗଣ ଏବଂ ଏକ ତେଲ ଟର୍ମିନାଲ୍ ମଧ୍ୟ ଅଛି । ରପ୍ତାନି ପାଇଁ ବନ୍ଦର ଗୁରୁତ୍ୱପୂର୍ଣ୍ଣ। ଏହା ୟୁକ୍ରେନର ପ୍ରାୟ ୧୧୦ କିଲୋମିଟର ପୂର୍ବରେ ଅବସ୍ଥିତ।

ଏହି ଆକ୍ରମଣ ବିଷୟରେ ୟୁକ୍ରେନର ସୁରକ୍ଷା ସେବା ଅଧିକାରୀ କହିଛନ୍ତି ଯେ, ଦେଶର ନୌସେନା ଏବଂ ସୁରକ୍ଷା ସେବା ମିଳିତ ଭାବେ ଏହି ଆକ୍ରମଣ କରିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନର ସୁରକ୍ଷା ସେବା ପାଇଁ ଆମେ ସମସ୍ତେ କୃତଜ୍ଞ। ତେବେ ବନ୍ଦର ତଥା ଯୁଦ୍ଧ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ରୁଷ ଅସ୍ୱୀକାର କରିଛି। ଉଭୟ ଆକ୍ରମଣକୁ ଖଣ୍ଡନ କରିଛନ୍ତି ବୋଲି ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ୟୁକ୍ରେନର ନୌସେନା ଦୁଇଟି ସାମୁଦ୍ରିକ ଡ୍ରୋନ୍‌କୁ ମାରିଖସାଇ ଦେଇଛି।

Get real time updates directly on you device, subscribe now.