fbpx

ପୁରୁଷଙ୍କ ଏହି ଅଭ୍ୟାସ କମ୍ କରିପାରେ ସ୍ପର୍ମ କ୍ୱାଲିଟି, ପିତା ହେବାରୁ ହୋଇପାରନ୍ତି ବଞ୍ଚିତ୍

ନୂଆଦିଲ୍ଲୀ: ସ୍ପର୍ମ କ୍ୱାଲିଟି ଖରାପ ହେବାରୁ ପୁରୁଷଙ୍କଠାରେ ଇନଫର୍ଟିଲିଟି ବା ବନ୍ଧ୍ୟାକରଣ ସମସ୍ୟା ବଢ଼ିଯାଏ । ଏହି କାରଣରୁ ପିତା ହେବାରେ ଅନେକ ସମସ୍ୟା ଦେଖାଦେଇଥାଏ । ଅନେକ କାରଣରୁ ସ୍ପର୍ମର କ୍ୱାଲିଟି ଖରାପ ହୋଇପାରେ, ଯେପରି କି ଖରାପ ଜୀବନଶୈଳୀ, ଏପଟସେପଟ କିଛି ବି ଖାଇବା ଇତ୍ୟାଦି । ଅନେକଥର କିଛି ପୁରୁଷଙ୍କ ଖରାପ ଅଭ୍ୟାସ କାରଣରୁ ସେମାନଙ୍କ ଶୁକ୍ରାଣୁ କମ, କ୍ୱାଲିଟି ଖରାପ ହେବା ଭଳି ସମସ୍ୟା ହୋଇଥାଏ । ତେବେ ଆସନ୍ତୁ ଜାଣିବା ପୁରୁଷଙ୍କ ଖରାପ ଅଭ୍ୟାସ ବିଷୟରେ, ଯେଉଁଥିରେ ଆପଣଙ୍କ ସ୍ପର୍ମ କ୍ୱାଲିଟି ପ୍ରଭାବିତ ହୋଇଥାଏ…

– ଯଦି ଆପଣଙ୍କୁ ଅଧିକ ଟାଇଟ୍ ଜିନ୍ସ, ପ୍ୟାଣ୍ଟ ପିନ୍ଧିବାର ଅଭ୍ୟାସ ଅଛି, ତେବେ ଏହି ଫ୍ୟାସନ ଷ୍ଟାଇଲକୁ ପରିବର୍ତ୍ତନ କରନ୍ତୁ । ଏକ ରିପୋର୍ଟ ଅନୁସାରେ, ଜିନ୍ସକୁ ଲଗାତାର ପିନ୍ଧିବା ଦ୍ୱାରା ସ୍ପର୍ମ କାଉଣ୍ଟ କମିଯାଏ । ଟାଇଟ୍ ପ୍ୟାଣ୍ଟ ପିନ୍ଧିବା ଦ୍ୱାରା ଅଣ୍ଡକୋଷ ଶରୀରର ଅଧିକ ନିକଟତର ରଖିଥାନ୍ତି । ଏହା ଶୁକ୍ରାଣୁ ପାଇଁ ଭଲ ନୁହେଁ ।

– ଯଦି ଆପଣ ଅଧିକ କାର୍ବୋନେଟେଡ୍ ଡ୍ରିଙ୍କ୍ ପିଉଛନ୍ତି, ତେବେ ସ୍ପର୍ମ କ୍ୱାଲିଟି ଖରାପ ହୋଇପାରେ । ସ୍ପର୍ମ କାଉଣ୍ଟ ମଧ୍ୟ ହ୍ରାସ ହୋଇପାରେ । ଏହା ସହ ଅତ୍ୟଧିକ ବିୟର ପିଇବା ଦ୍ୱାରା ସ୍ପର୍ମ ଅନହେଲ୍ଦୀ ଓ ଦୁର୍ବଳ ହୋଇପାରେ ।

– ଯଦି ଆପଣ ନିଜ ଫୋନକୁ ଲଗାତାର ଭାବରେ ନିଜ ପ୍ୟାଣ୍ଟ ପକେଟରେ ରଖୁଛ, ତେବେ ଏଥିରେ ବି ସ୍ପର୍ମ କ୍ୱାଲିଟି ପ୍ରଭାବିତ ହୋଇପାରେ । ଫୋନର ରେଡିଏନ୍ସରୁ ସ୍ପର୍ମର କ୍ଷତି ହୋଇପାରେ । ଏକ ଅଧ୍ୟୟନ ଅନୁସାରେ, ଫୋନକୁ ପକେଟରେ ରଖିବା ଦ୍ୱାରା ସ୍ପର୍ମ ସଂଖ୍ୟା ୯% ପର୍ଯ୍ୟନ୍ତ କମିପାରେ ।

– ଯଦି ଆପଣ ଲାପଟପକୁ ନିଜ କୋଳରେ ରଖିବା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରୁଛନ୍ତି, ତେବେ ତୁରନ୍ତ ଏହି ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ ନଚେତ୍ ପିତା ହେବାର ସମ୍ଭାବନା ବହୁତ କମ ହୋଇପାରେ । ଅଣ୍ଡାକୋଷକୁ ଥଣ୍ଡା ରଖିବା ଆବଶ୍ୟକ । ଲାପଟପକୁ ଜଙ୍ଘ ବା କୋଳରେ ଦୀର୍ଘ ସମୟ ରଖିବା ଦ୍ୱାରା ସେହି ସ୍ଥାନ ଗରମ ହୋଇପାରେ, ଯାହା ସ୍ପର୍ମ କାଉଣ୍ଟକୁ ହ୍ରାସ କରିପାରେ ।

– ଯଦି ଆପଣ ପ୍ରତିଦିନ ୬ ଘଣ୍ଟାରୁ କମ୍ ଶୋଉଛନ୍ତି, ତେବେ ଏଥିରେ ସ୍ପର୍ମର କ୍ୱାଲିଟି ଓ କାଉଣ୍ଟ ପ୍ରଭାବିତ ହୋଇପାରେ । ଯେପରି ଶରୀର, ମନ ବିଶ୍ରାମ ଆବଶ୍ୟକ କରେ, ସେହିଭଳି ସ୍ପର୍ମକୁ ମଧ୍ୟ ବିଶ୍ରାମ କରିବାର ଆବଶ୍ୟକ ରହିଛି । ଯାହାଫଳରେ ସେମାନେ ସଠିକ୍ ଭାବରେ ସକ୍ରିୟ ହୋଇ କାମ କରିପାରିବେ । ପ୍ରତିଦିନ ୭ ରୁ ୮ ଘଣ୍ଟା ଶୁଅନ୍ତୁ, ଯାହାଦ୍ୱାରା ସ୍ପର୍ମ ସକ୍ରିୟ ରହିବ ।

– ଅନ୍ୟାନ୍ୟ କାରଣ ଯେପରିକି ଚିନ୍ତା, ମଦ୍ୟପାନ, ସେକ୍ସ ଟଏଜ୍ ବ୍ୟବହାର, ଧୂମପାନ, ଅଧିକ ସନସ୍କ୍ରିନର ବ୍ୟବହାର କରିବା ଦ୍ୱାରା ମଧ୍ୟ ସ୍ପର୍ମ ସଂଖ୍ୟା ହ୍ରାସ ହୋଇପାରେ ।

Get real time updates directly on you device, subscribe now.