fbpx

ବୈତରଣୀ ନଦୀରେ ଭାସୁଛି ଅଜଣା ମୃତଦେହ; ମୃତକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ

Advertisement

ଯାଜପୁର: ଯାଜପୁର ଟାଉନ ଥାନା କୋଦଣ୍ଡପୁର ଅଞ୍ଚଛରେ ଚାଞ୍ଚଲ୍ୟ । ବୈତରଣୀ ନଦୀରେ ଭାସୁଛି ଅଜଣା ମୃତଦେହ । ଆଜି ସକାଳେ ନଦୀରେ ଅଜଣା ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ଯାଜପୁର ଟାଉନ ଥାନା ବୈତରଣୀ ନଦୀର କୋଦଣ୍ଡପୁର ଘାଟରେ ଲାଗିଛି ଏହି ମୃତଦେହ । ମୃତକକୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

କିଏ, କେଉଁ ପରିସ୍ଥିତିରେ ଏପରି ହ୍ୟତ୍ୟା କରିଛି, କିମ୍ୱା ଅନ୍ୟ କୌଣସି କାରଣ ପାଇଁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇ ପାରି ନାହିଁ । ପୋଲିସର କହିବା ଅନୁସାରେ ପ୍ରଥମେ ପୋଷ୍ଟମଟମ୍ ପାଇଁ ପଠା ଯିବ, ରିପୋର୍ଟ ଆଧାରରେ କରାଣ କହିହେବ । ସକାଳୁ ବୈତରଣୀ ନଦୀର କୋଦଣ୍ଡପୁର ଘାଟରେ ଏପରି ଘଟଣା ସ୍ଥାନୀୟ ଲୋକ ଦେଖିବା ପରେ ଖବର ସଙ୍ଗେ ସଙ୍ଗେ ବ୍ୟାପି ଯାଇଥିଲା । ଏବଂ ଘଟଣାସ୍ଥଳରେ ଅନେକ ଲୋକ ପହଁଞ୍ଚିଥିଲେ ।

Get real time updates directly on you device, subscribe now.