fbpx

ମାଲକାନଗିରି: ବିନା ଅନୁମତିରେ ଅବିବାହିତ ଦିବ୍ୟାଙ୍ଗ ଯୁବକଙ୍କ ବନ୍ଧ୍ୟାକରଣ କରିଦେଲେ ଡାକ୍ତର

Advertisement

ଭୁବନେଶ୍ୱର: ଦିବ୍ୟାଙ୍ଗ ଯୁବକଙ୍କ ଅନୁମତି ନନେଇ ବନ୍ଧ୍ୟାକରଣ କରିଦେଲେ ଡାକ୍ତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ମୈଥିଲି ବ୍ଲକ୍ ଅନ୍ତର୍ଗତ ଅମ୍ବାଗୁଡ଼ା ଗ୍ରାମରେ । ଜଣେ ଦିବ୍ୟାଙ୍ଗ ଅବିବାହିତ ଯୁବକ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ଯାଇଥିବା ବେଳେ ଡାକ୍ତର ତାଙ୍କର ଅନୁମତି ବିନା ବନ୍ଧ୍ୟାକରଣ ଅପରେସନ୍ କରି ଦେଇଥିବା ଅଭିଯୋଗ ହୋଇଛି । ଏବେ ଘଟକୁ ନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ।

ଗ୍ରାମବାସୀଙ୍କ କହିବା ମୁତାବକ ଅଗଷ୍ଟ ୩ ତାରିଖରେ ଆଶା ସମେତ ସ୍ୱାସ୍ଥ୍ୟକର୍ମୀମାନେ ତାଙ୍କ ଅମ୍ବାଗୁଡ଼ା ଏବଂ ଆଖପାଖ ଗ୍ରାମରୁ ଆଶା ସମେତ ୫ ଜଣଙ୍କୁ ବନ୍ଧ୍ୟାକରଣ ଅପରେସନ୍ ପାଇଁ ନେଇ ଯାଇଥିଲେ । ଗଙ୍ଗା ଦୁରୁଆ ନାମକ ମୁକ ଏବଂ ବଦ୍ଧିର ଯୁବକ ମଧ୍ୟ ସେମାନଙ୍କ ମଧ୍ୟରେ ଥିଲେ ।

ପରିବାର ଲୋକମାନେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଉପରେ ଏହି ଅଭିଯୋଗ ଲଗାଇଛନ୍ତି ଯେ, ଟାର୍ଗେଟ୍ ପୁରଣ କରିବା ପାଇଁ ଏଭଳି କରିଛନ୍ତି । ଗଙ୍ଗାର ମା’ଙ୍କୁ ସ୍ୱାସ୍ଥ୍ୟ କର୍ମୀମାନେ ଏହା କହି ସାଥିରେ ନେଇଯାଇଥିଲେ କି ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ମୈଥିଲି ସବ-ଡିଭିଜନ ମେଡିକାଲକୁ ନିଆଯାଉଛି । ଅପରେସନ୍ ପରେ ଗଙ୍ଗାଙ୍କ ହାତରେ ଦୁଇ ହଜାର ଟଙ୍କା ଦେଇ ଘରକୁ ପଠାଇ ଦେଇଥିଲେ ।

ତେବେ କିଛି ସାମାଜିକ କର୍ମୀ ସିଡିଏମଓ ପ୍ରଫୁଲ କୁମାର ନନ୍ଦଙ୍କ ପାଖରେ ଅଭିଯୋଗ କରିବା ପରେ ମାମଲା ସାମ୍ନାକୁ ଆସିଥିଲା । ସିଡିଏମଓ କହିଥିଲେ କି ସ୍ଥାନୀୟ ଆଶା ଏହା ପ୍ରମାଣିତ କରିଥିଲେ କି ଗଙ୍ଗା ବିବାହତ ଅଟନ୍ତି ଏବଂ ସେ ବନ୍ଧ୍ୟାକରଣ ପାଇଁ ରାଜି ଅଛନ୍ତି । ତେବେ ଅଭିଯୋଗ ପରେ ମାମଲାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ଏବଂ ଦୋଷିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Get real time updates directly on you device, subscribe now.