fbpx

ଅବିବାହିତାଙ୍କର ରହିଛି ଗର୍ଭପାତ କରିବାର ଅଧିକାର, ଏତିକି ସପ୍ତାହର କଣ୍ଟ ରଖିଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅବିବାହିତ ଗର୍ଭବତୀମାନଙ୍କ ପାଇଁ ସଦୟ ହୋଇଛନ୍ତି ସୁପ୍ରିମକୋର୍ଟ । ଏକ ରାୟରେ ସୁପ୍ରିମକୋର୍ଟ ଅବିବାହିତା ମହିଳାଙ୍କୁ ତାଙ୍କ ଗର୍ଭ ନଷ୍ଟ କରିବାର କ୍ଷମତା ଦେଇଛନ୍ତି । ଅବଶ୍ୟ ଏଥିପାଇଁ କୋର୍ଟ ୨୪ ସପ୍ତାହର କଣ୍ଟ ରଖିଛନ୍ତି । ଏହି ୨୪ ସପ୍ତାହ ମଧ୍ୟରେ ସେମାନେ ତାଙ୍କର ଗର୍ଭ ନଷ୍ଟ କରିପାରିବେ ବୋଲି ରାୟରେ କୁହାଯାଇଛି ।

ସୁପ୍ରିମକୋର୍ଟ କହିଛନ୍ତି ଯେ ବିବାହିତ ମହିଳାଙ୍କ ପରି ଅବିବାହିତ ଯୁବତୀଙ୍କୁ ମଧ୍ୟ ଗର୍ଭାପାତର ଅଧିକାର ଅଛି । ସୁପ୍ରିମକୋର୍ଟରେ ଦାଖଲ ଏକ ଅବେଦନରେ ମହିଳାଙ୍କ ବିବାହିତ ଏବଂ ଅବିବାହିତ ପ୍ରସଙ୍ଗ ଉଠାଯାଇଥିଲା । ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ମହିଳା ଅବିବାହିତ ବୋଲି ତାଙ୍କୁ ଗର୍ଭପାତ ଅଧିକାରରୁ ବଞ୍ଚିତ କରାଯାଇ ପାରିବ ନାହିଁ ।

ସୂଚନାଯୋଗ୍ୟ ଯେ, ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଜଣେ ଅବିବାହିତ ମହିଳାଙ୍କୁ ଗର୍ଭପାତ କରିବାକୁ ମନା କରିଥିଲେ । ଏହା ଭ୍ରୁଣରହତ୍ୟା ବୋଲି କୋର୍ଟ କହିଥିଲେ । ସୁପ୍ରିମକୋର୍ଟ ଏହି ମାମାଲାରେ ଅବିବାହିତା ମହିଳାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି ।

Get real time updates directly on you device, subscribe now.