UPSC ପ୍ରିଲିମ୍ସ ୨୦୨୫ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ବାହାରିଛି: ଆରମ୍ଭ ହେଲା ଆବେଦନ
ଆଶାୟୀମାନେ UPSC ର ଅଫିସିଆଲ୍ ୱେବସାଇଟ୍ upsc.gov.in ଯାଇ ଅଧିକ ସୂଚନା ଜାଣିପାରିବେ
ନୂଆଦିଲ୍ଲୀ: ଲୋକସେବା ଆୟୋଗ (UPSC) ଆସନ୍ତା ସିଭିଲ୍ ସର୍ଭିସ୍ ପରୀକ୍ଷା (CSE) ଏବଂ ଭାରତୀୟ ବନ ସେବା ପରୀକ୍ଷା ୨୦୨୫ ପାଇଁ ଜାନୁଆରୀ ୨୨ରେ ଅଫିସିଆଲ ବିଜ୍ଞପ୍ତି ପ୍ରକାଶ କରିଛି। ଆଶାୟୀମାନେ UPSC ର ଅଫିସିଆଲ୍ ୱେବସାଇଟ୍ upsc.gov.in ଯାଇ ଅଧିକ ସୂଚନା ଜାଣିପାରିବେ। ଚଳିତ ବର୍ଷ UPSC ଦ୍ୱାରା ମୋଟ ୧୧୨୯ ପଦବୀ ପୂରଣ କରାଯିବ, ଯେଉଁଥିରୁ ୯୭୯ ପଦବୀ CSE ପାଇଁ ଏବଂ ବାକି ୧୫୦ ପଦବୀ IFS ପାଇଁ ରହିଛି।
ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ୨୨ ଜାନୁଆରୀ ୨୦୨୫ ରେ ଆରମ୍ଭ ହୋଇଛି ଏବଂ ଙ୍କକ୍ଟ୍ରଗ୍ଦମକ୍ଟଦ୍ଭକ୍ଷସଦ୍ଭର.ଦ୍ଭସମ.ସଦ୍ଭ ରେ ୧୧ ଫେବୃଆରୀ ୨୦୨୫ ପର୍ୟ୍ୟନ୍ତ ଆବେଦନ ଜାରି ରହିବ। ତଥାପି, ପଞ୍ଜୀକରଣ ଫର୍ମରେ ପରିବର୍ତ୍ତନ ୧୨ ରୁ ୧୮ ଫେବୃଆରୀ ୨୦୨୫ ପର୍ୟ୍ୟନ୍ତ କରାଯାଇପାରିବ। ଏଥିପାଇଁ ପ୍ରିଲିମ୍ସ ପରୀକ୍ଷା ମେ ମାସରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରିଲିମ୍ସ ପାସ୍ କରିଥିବା ପ୍ରାର୍ଥୀମାନେ ମେନ୍ ପରୀକ୍ଷାରେ ଦେବାକୁ ଯୋଗ୍ୟ ହେବେ।
UPSC ବିଜ୍ଞପ୍ତି ୨୦୨୫ ଗୁରୁତ୍ୱପୂର୍ଣ୍ଣ ତାରିଖ
ଅଫିସିଆଲ ବିଜ୍ଞପ୍ତି ପ୍ରକାଶ ତାରିଖ: ଜାନୁଆରୀ ୨୨, ୨୦୨୫
ଅନଲାଇନ୍ ପଞ୍ଜୀକରଣ ପାଇଁ ଆବେଦନ ଆରମ୍ଭ ତାରିଖ: ଜାନୁଆରୀ ୨୨, ୨୦୨୫
ଅନଲାଇନ୍ ପଞ୍ଜୀକରଣ ପାଇଁ ଶେଷ ତାରିଖ: ଫେବୃଆରୀ ୧୧, ୨୦୨୫
ପ୍ରିଲିମ୍ ପରୀକ୍ଷା ତାରିଖ: ମେ ୨୫, ୨୦୨୫
CSE ମେନ୍ ପରୀକ୍ଷା ତାରିଖ: ଅଗଷ୍ଟ ୨୨, ୨୦୨୫ ପରଠାରୁ (୫ ଦିନ)
UPSC IFS ମେନ୍ ପରୀକ୍ଷା ତାରିଖ: ନଭେମ୍ବର ୧୬, ୨୦୨୫ ପରଠାରୁ (୫ ଦିନ)
UPSC ପରୀକ୍ଷା ୨୦୨୫ ଯୋଗ୍ୟତା
ଆଗ୍ରହୀ ପ୍ରାର୍ଥୀମାନେ ଭାରତର ନାଗରିକ ହେବା ଉଚିତ। ସେମାନଙ୍କର ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଧାରଣ କରିବା ଉଚିତ।
ବୟସ ସୀମା
ଆବେଦନ ପାଇଁ ସର୍ବନିମ୍ନ ବୟସ ସୀମା: ୨୧ ବର୍ଷ
ଆବେଦନ ପାଇଁ ସର୍ବାଧିକ ବୟସ ସୀମା: ୩୨ ବର୍ଷ
ଚୟନ ପ୍ରକ୍ରିୟା:
ପ୍ରିଲିମ୍ସ
ମେନ୍ ପରୀକ୍ଷା
ସାକ୍ଷାତକାର