କରୋନାର ଉତ୍ପତ୍ତି ବିଷୟରେ ଜାଣିବାକୁ ପଡିବ, ନଚେତ୍ କୋଭିଡ-୨୬ ଏବଂ କୋଭିଡ-୩୨ ପାଇଁ ପ୍ରସ୍ତୁତ ରୁହନ୍ତୁ: ୟୁଏସ ଏକ୍ସପର୍ଟ

ନୂଆଦିଲ୍ଲୀ: କରୋନା ଭାଇରସର ଉତ୍ପତି କେଉଁଠାରୁ ହୋଇଛି ଏହାର ଅନୁସନ୍ଧାନ କରିବାକୁ ଚୀନ ଉପରେ ଲଗାତାର ଚାପ ପକାଉଛି ଆମେରିକା । ଏବେ ଆମେରିକା କିଛି ପ୍ରମୁଖ ରୋଗ ବିଶେଷଜ୍ଞ କହିଛନ୍ତି ଭିବଷ୍ୟତରେ ଏହି ଭାଇରସ ଠାରୁ ବଞ୍ଚିବାକୁ ହେଲେ ଦୁନିଆକୁ ଏହାର ଉତ୍ପତି ସ୍ଥଳ ବିଷୟରେ ଜାଣିବା ପାଇଁ ଚୀନ ସରକାରଙ୍କ ତରଫରୁ ଅଧିକ ସହଯୋଗର ଆବଶ୍ୟକତା ରହିଛି । ଯଦି ଏହାର ଉତ୍ପତ୍ତି ବିଷୟରେ ଜଣା ନ ପଡିବ ତେବେ ବିଶ୍ୱକୁ କୋଭିଡ-୧୬ ଏବଂ କୋଭିଡ-୩୨ ପାଇଁ ପ୍ରସ୍ତୁତ ହେବାକୁ ପଡିବ । ଫାଇଜର କମ୍ପାନୀ ବୋର୍ଡ ସଦସ୍ୟ ସ୍କଟ ଗୋଟଲିବ କହିଛନ୍ତି ଚୀନର ଉହାନ ଲ୍ୟାବରୁ କରୋନା ଭୂତାଣୁ ବ୍ୟାପିଥିବା ନେଇ ଅନେକ ତଥ୍ୟ ରହିଛି । ସେ କହିଛନ୍ତି ଏହା ଲ୍ୟାବରୁ ବ୍ୟାପିନଥିବାର ନେଇ ଚୀନ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ଦେଇନାହିଁ । ଏହା ମଧ୍ୟ ନିଶ୍ଚିତ ହୋଇନାହିଁ ଯେ ଏହା ପଶୁମାନଙ୍କଠାରୁ ମଣିଷକୁ ବ୍ୟାପୁଛି ।

ଟେକ୍ସାସ ଚିଲଡ୍ରେନ ହସ୍ପିଟାଲ ସେଣ୍ଟର ଫର ଭ୍ୟାକ୍ସିନ ଡେଭଲପମେଣ୍ଟର ସହ ନିର୍ଦ୍ଦେଶକ ପୀଟର ହୋଟେଜ କହିଛନ୍ତି, “ ଯଦି ଏହାର ଉତ୍ପତି ବିଷୟରେ ଜଣାପଡିବନାହିଁ ତେବେ ଏହା ଦ୍ୱାରା ବିଶ୍ୱରେ ଭବିଷ୍ୟତରେ ଏହିଭଳି ମହାମାରୀର ଆଶଙ୍କା ରହିଛି । ସେ କହିଛନ୍ତି, ‘ଯଦି ଆମେ ଏହାର ଉତ୍ପତି ବିଷୟରେ ଜଣିବା ନାହିଁ ଆଗକୁ ଆମେ କୋଭିଡ-୨୬ ଏବଂ କୋଭିଡ-୩୨ର ସାମନା କରିବାକୁ ପଡିବ।” ପ୍ରାୟ ଦେଢ ବର୍ଷ ପୂର୍ବେ ପ୍ରଥମ ଥର ଏହି ଭାଇରସ ଚୀନର ଉହାନ ସିଫୁଡ ମାର୍କେଟରୁ ଏହି ଭାଇରସ ବ୍ୟାପିବା ଆରମ୍ଭ ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ଜଣା ପଡିନାହିଁ ଏହି ଭାଇରସ କେଉଁଠାରୁ ଉତ୍ପତି ହୋଇଛି । ବୈଜ୍ଞାନିକ ମାନେ ଏହା ମଧ୍ୟ ଅନୁମାନ କରୁଛନ୍ତି ସମ୍ଭବତଃ ଏହା ଜଙ୍ଗଲୀ ପଶୁଙ୍କଠାରୁ ମଣିଷଙ୍କ ପାଖକୁ ପହଞ୍ଚିଛି । ସେପଟେ ଏହି ଭାଇରସ ଚୀନର ଉହାନ ଲ୍ୟାବରୁ ବ୍ୟାପିଥିବା ନେଇ ଟ୍ରମ୍ପ ପ୍ରଶାସନ କରିଆସୁଛି । ବାଇଡେନ ପ୍ରଶାସନ ମଧ୍ୟ ଏହି ଦାବିକୁ ଜୋର ଦେଉଛି ।

ଏହି ବିତର୍କ ପୁଣି ଥରେ ଆରମ୍ଭ ହୋଇଥିଲା ଯେତେବେଳେ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ୨୩ ମଇରେ ଏକ ରିପୋର୍ଟରେ ଦାବି କରିଥିଲେ ଯେ, ନଭେମ୍ବର ୨୦୧୯ ରେ ଚାଇନାର ଉହାନ ଲ୍ୟାବର କିଛି ଗବେଷକ କରୋନା ଭାଇରସ୍ ବ୍ୟାପିବାର ପ୍ରାୟ ଏକ ମାସ ପୂର୍ବରୁ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କଠାରେ କରୋନା  ଭଳି ଲକ୍ଷଣ ଥିଲା  । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଅସୁସ୍ଥ ବୈଜ୍ଞାନିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା।ହୋଟେଜ କହିଛନ୍ତି ଯେ ଚାଇନାରେ ବୈଜ୍ଞାନିକଙ୍କୁ ଦୀର୍ଘ ସମୟ ଧରି ଅନୁସନ୍ଧାନ କରିବାକୁ ଅନୁମତି ଦିଆଯାଉ। ଏହି ସମୟ ମଧ୍ୟରେ, ସେମାନଙ୍କୁ ମଣିଷ ଏବଂ ପଶୁମାନଙ୍କର ରକ୍ତ ନମୁନା ନେବାକୁ ମଧ୍ୟ ଅନୁମତି ଦିଆଯିବା ଉଚିତ୍  । ସେ କହିଛନ୍ତି ଯେ ଆମେରିକାକୁ ଚୀନ ଉପରେ ପ୍ରତିବନ୍ଧ ଲଗାଇ ଚାପ ପକାଇବା ଉଚିତ, ଯାହା ଦ୍ୱାରା ଚୀନ ଯାଞ୍ଚ କରିବାକୁ ଅନୁମତି ଦେବ । ଚୀନର ହୁବେଇ ପ୍ରଦେଶରେ ବୈଜ୍ଞାନିକ, ମହାମାରୀ ବିଶେଷଜ୍ଞ, ଭାଇରୋଲୋଜିଷ୍ଟ, ବ୍ୟାଟ ଇକୋଲୋଜିଷ୍ଟଙ୍କର ଏକ ଟିମ ମଧ୍ୟ ଦରକାର ପଡିବ ।

ତେବେ ଚାଇନା ଅଧିକାରୀମାନେ ଲ୍ୟାବରୁ ଭୂତାଣୁ ବାହାରିଥିବା ଦାବିକୁ ସର୍ବଦା ପ୍ରତ୍ୟାଖ୍ୟାନ କରିଆସୁଛନ୍ତି। ନିକଟରେ ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ କହିଛନ୍ତି ଯେ ବାଇଡେନଙ୍କ ତରଫରୁ ତଦନ୍ତ ନିର୍ଦ୍ଦେଶ ଦେବା ଆମେରିକାର ରାଜନୀତି। ଚଳିତ ବର୍ଷ ମାର୍ଚ୍ଚରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜ ରିପୋର୍ଟରେ କହିଛି ଯେ ଚୀନ୍ର ଲ୍ୟାବରୁ ଭୂତାଣୁ ବିସ୍ତାର ହେବାର ସମ୍ଭାବନା ନାହିଁ। ‘ହୁ’ କହିଛି ଯେ ମହାମାରୀର ଉତ୍ପତ୍ତି ସମ୍ପର୍କରେ ଅଧିକ ଅନୁସନ୍ଧାନ କରାଯିବା ଆବଶ୍ୟକ।