ବାପରେ…. ବାପ…. ଫ୍ଲାଇଟ ଭିତରେ ହଠାତ ଉଲଗ୍ନ ହୋଇ ଦୌଡ଼ିଲେ ମହିଳା ଯାତ୍ରୀ, ସୋସିଆଲ ମେଡିଆରେ ଭାଇରାଲ ହେଉଛି (Video)
ବିମାନରେ ମହିଳାଙ୍କ ଅଜବ କାରନାମା । ଡେସ୍ ଖୋଲି ଟେକଅଫ୍ କରିବାକୁ ଥିବା ବିମାନରେ କଲେ ଏମିତି ।
ଓଡ଼ିଶା ଭାସ୍କର: ହୋଷ୍ଟନରୁ ଫୋଇନିକ୍ସ ଯାଉଥିବା ସାଉଥ୍ ୱେଷ୍ଟ ଏୟାର ଲାଇନ୍ସ ଫ୍ଲାଇଟ୍ ଯାତ୍ରୀ ଓ କ୍ରିଉ ମେମ୍ବର ଜଣେ ମହିଳାଙ୍କ ପାଇଁ ହୋଇଛନ୍ତି ହଟହଟା । ବିମାନରେ ଯାତ୍ରୀମାନେ ନିଜ ନିଜ ସିଟରେ ବସିବା ପରେ ବିମାନଟି ଟେକଅଫ୍ କରିବାର ଥିଲା । କିନ୍ତୁ ଠିକ୍ ଏତିକିବେଳେ ମହିଳା ଯାତ୍ରୀ ଜଣକ ବିମାନରୁ ଓହ୍ଲାଇବା ପାଇଁ କହିଲେ ।
ଏଥିପାଇଁ ଶେଷରେ ମହିଳା ଜଣକ ଉଲଗ୍ନ ମଧ୍ୟ ହୋଇଗଲେ । ଖାଲି ସେତିକି ନୁହେଁ, ମହିଳା ଜଣକ ଉଲଗ୍ନ ହୋଇ ଚିକ୍ରାର କରିବାକୁ ଲାଗିଲେ ଏବଂ ବିମାନରେ ଦୌଡ଼ିବା ଆରମ୍ଭ କରିଦେଲେ ।
ମହିଳାଙ୍କ ଏ ପ୍ରକାର କାଣ୍ଡ ପରେ ପାଇଲଟ ତୁରନ୍ତ ବିମାନକୁ ଗେଟ୍ ପାଖକୁ ଫେରାଇ ନେଇଥିଲେ । ଯେଉଁଠାରୁ ମହିଳାଙ୍କୁ ନିଆଯାଇଥିଲା । ତେବେ ଏ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ମହିଳାଙ୍କ ଏ ପ୍ରକାର କାଣ୍ଡ ଦେଖି ଅନ୍ୟ ଯାତ୍ରୀମାନେ ଲଜ୍ଜିତ ହେବା ସହ ଆଶ୍ଛର୍ଯ୍ୟ ମଧ୍ୟ ହୋଇଥିଲେ । ପ୍ଲେନରେ ଛୋଟ ପିଲା ମଧ୍ୟ ଯାତ୍ରା କରୁଥିଲେ । ଭିଡିଓଟି ଭାଇରାଲ ହେବା ପରେ ସୋସିଆଲ ମିଡିଆ ୟୁଜର୍ସ କମେଣ୍ଟ ଜରିଆରେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି ।
NEW: Female Astronaut forces Southwest flight to return to gate after running n*ked up and down the aisle for 25 minutes
The woman stripped n*ked during a Southwest flight from Houston to Phoenix on Monday
She paraded around the plane for 25 minutes before authorities… pic.twitter.com/HIGQfzryC0
— Unlimited L’s (@unlimited_ls) March 6, 2025