fbpx

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଉତ୍କଳ ଗ୍ରନ୍ଥାଗାର ସଂଘ ପକ୍ଷରୁ କୃତଜ୍ଞତା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ ଶିକ୍ଷା ସଚିବଙ୍କୁ କୃତଜ୍ଞତା ଜ୍ଞାପନ କରିଛି ଉତ୍କଳ ଗ୍ରନ୍ଥାଗାର ସଂଘ । ଜୁନ୍ ୪, ୨୦୨୧ରେ ରାଜ୍ୟରେ ରହିଥିବା ସରକାରୀ ମହାବିଦ୍ୟାଳୟରେ ନିଯୁକ୍ତ ଗ୍ରନ୍ଥାଗାରୀମାନଙ୍କ ନିମନ୍ତେ ପଦୋନ୍ନତିର ସୁବିଧା ଘୋଷଣା କରିଥିଲେ ରାଜ୍ୟ ସରକାର । ଏହାକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଭାବରେ ଅଭିହିତ କରି ଧନ୍ୟବାଦ ଜ୍ଞାପନ କରିଛି ଉକ୍ରଳ ଗ୍ରନ୍ଥାଗାର ସଂଘ । ଏହି ଘଟଣାକୁ ନେଇ ଅତୀତରେ ଏକାଧ୍ଖଳ ବାର ବିଭାଗୀୟ ମନ୍ତ୍ରୀ, ସଚିବ ଏବଂ ରାଜ୍ୟପାଳଙ୍କୁ ପତ୍ର ଦିଆଯାଉଥିଲେ ହେଁ ଏହାର କୌଣସି ସୁଫଳ ଦେଖିବାକୁ ମିଳିନଥିଲା । ଗ୍ରନ୍ଥାଗାରମାନେ ଯେଉଁ ପଦବୀରେ ଯୋଗଦାନ କରୁଥିଲେ ସମାନ ପଦବୀରୁ ତାଙ୍କୁ ଅବସର ନେବାକୁ ପଡୁଥିଲା । ତେଣୁ ସମସ୍ତ ଗ୍ରନ୍ଥାଗାରୀ ମାନଙ୍କର ପଦୋନ୍ନତି ବ୍ୟବସ୍ଥା କରିବା ପାଇଁ ସଂଘର ଆବାହକ ପ୍ରବୀର କୁମାର ମହାନ୍ତି ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.