ବିଜୁଳି ବିଭାଗରେ ଚାକିରି ଚାହୁଁଛନ୍ତି କି… ଜାଣନ୍ତୁ କେମିତି କରିବେ ଆବେଦନ

ବିଜୁଳି ବିଭାଗରେ ବଡ଼ ସୁଯୋଗ । ଏବେଠାରୁ ଆରମ୍ଭ ହେବ ଆବେଦନ ।

ଓଡିଶା ଭାସ୍କର: ବିଜୁଳି ବିଭାଗରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ । ପଞ୍ଜାବ ଷ୍ଟେଟ୍ ପାୱାର କର୍ପୋରେଶନ ଲିମିଟେଡ୍ ତରଫରୁ ଆସିଷ୍ଟାଣ୍ଟ ଲାଇନ ମ୍ୟାନ୍ ପଦ ପାଇଁ ବିଜ୍ଞପ୍ତି ଜାରି କରିଛି । ଏ ପଦ ପାଇଁ ଆଶାୟୀ ତୁରନ୍ତ ଆବେଦନ କରନ୍ତୁ ।

ଆବେଦନ ପ୍ରକ୍ରିୟା ୨୧ ଫେବୃଆରୀରୁ ଆରମ୍ଭ ହେବ । ପିଏସପିସିଏଲର ଅଫିସିଆଲ ୱେବସାଇଟ୍ ପିଏସପିସିଏଲ ଡଟ୍ ଇନରେ ଆବେଦନ କରାଯାଇପାରିବ । ଆପ୍ଲାଏର ଶେଷ ତାରିଖ ମାର୍ଚ୍ଚ ୧୩ ।

ପାଖାପାଖି ୨୫୦୦ ପଦ ଖାଲିପଡ଼ିଛି । ଚାକିରି ପାଇଁ ଆଶାୟୀଙ୍କୁ ମାଟ୍ରିକ୍ ପାସ୍ କରିବାର ଜରୁରୀ ରହିଥିବାବେଳେ ଲାଇନ ମ୍ୟାନ ନେଇ ଆବଶ୍ୟକୀୟ ଆଇଟିଆଇ କିମ୍ବା ଡିପ୍ଲୋମା ପଢ଼ିଥିବା ଜରୁରୀ ।

ସେହିପରି ଆବେଦନ କରିବାକୁ ଥିବା ଆଶାୟୀଙ୍କ ବୟସ ୧୮ ବର୍ଷରୁ ୩୭ ବର୍ଷ ହୋଇଥିବ । ଆରକ୍ଷଣ ବର୍ଗଙ୍କ ବୟସ ସୀମା କୋହଳ କରାଯିବ ।

ପ୍ରଥମେ ଆବେଦନକାରୀଙ୍କୁ ଲିଖିତ ପରୀକ୍ଷା ଦେବାକୁ ପଡ଼ିବ । ଏଥିରେ ଉତ୍ତୀର୍ଣ୍ଣ ହେଲେ ସେମାନଙ୍କ ଡକ୍ୟୁମେଣ୍ଟ ଭେରିପିକେଶନ କରାଯିବ । ଏହା ପରେ ଯାଇ ଚାକିରି ମିଳିବ ।

ବିଜ୍ଞପ୍ତି ଅନୁସାରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କୁ ୨୫,୫୦୦ରୁ ୮୧,୧୦୦ ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯିବ ।