fbpx

ସାଉଥ ଅଭିନେତା ଚଲପତି ରାଓଙ୍କ ପରଲୋକ: ହାର୍ଟ ଆଟାକରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ୭୮ ବର୍ଷିୟ ଅଭିନେତା ଚଲପତି ରାଓଙ୍କର ଶନିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ଅନ୍ୟପକ୍ଷରେ ଏହି ସୂଚନା ରବିବାର ଦିନ ପରିବାର ସୂତ୍ରରୁ ପ୍ରକାଶ ପାଇଛି । ମୃତ୍ୟୁର କାରଣକୁ ପରିବାର ସୂତ୍ରରୁ ହାର୍ଟ ଆଟାକ ବୋଲି କୁହାଯାଇଛି, ଯାହାପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ଆସିବା ପରେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି ।

ତାଙ୍କର ବ୍ୟଙ୍ଗ ଓ ଖଳନାୟକ ଭୂମିକା ପାଇଁ ବେଶ ଜଣାଶୁଣା ଥିଲେ ଚଲପତି।ସେ ପାଞ୍ଚ ଦଶନ୍ଧି ଧରି ଚାଲିଥିବା କ୍ୟାରିୟରରେ ତିନି ପିଢ଼ି ଶୀର୍ଷ ତାରକାଙ୍କ ସହ ଅଭିନୟ କରିଥିଲେ। ତାଙ୍କ ପରିବାରରେ ଦୁଇ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ପୁଅ ରବି ବାବୁ ଜଣେ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା।

ତିନି ଦିନ ମଧ୍ୟରେ ଟଲିଉଡ ପାଇଁ ଚଲପତି ରାଓଙ୍କ ମୃତ୍ୟୁ ହେଉଛି ଦ୍ୱିତୀୟ ବଡ କ୍ଷତି। ଭେଟେରାନ୍ ଅଭିନେତା କୈକେଲା ସତ୍ୟନାରାୟଣଙ୍କ ଡିସେମ୍ବର ୨୩ ଏହା ପୂର୍ବରୁ ଦେହାନ୍ତ ହୋଇଛି। ଚଲପତି ରାଓଙ୍କ ପରିବାର କହିଛନ୍ତି ଯେ ଆମେରିକାରୁ ତାଙ୍କ ଝିଅ ଆସିବା ପରେ ଡିସେମ୍ବର ୨୮ରେ ଶେଷ ରୀତିନୀତି କରାଯିବ। ଚଲପତି ରାଓ ଟଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି।

Get real time updates directly on you device, subscribe now.