fbpx

ଆରପାରିରେ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ୍ ଅଭିନେତ୍ରୀ ଲୀଲାବତି

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କଡ୍ନଡ଼ର ଭେଟେରାନ୍ ଅଭିନେତ୍ରୀ ଲୀଲାବତି ଆଉ ନାହାନ୍ତି । ଗମ୍ଭୀର ଶ୍ୱାସ ଜନିତ ସମସ୍ୟାରେ ପୀଡ଼ିତ ଥିବା ଲୀଲାବତି କର୍ଣ୍ଣାଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା ।
ଅଭିନେତ୍ରୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରି ଲେଖିଛନ୍ତି, ‘କନ୍ନଡ଼ର ପ୍ରସିଦ୍ଧ ଭେଟେରାନ ଅଭିନେତ୍ରୀ ଲୀଲାବତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଫିଲ୍ମରେ ତାଙ୍କର ନିକ୍ଷୁଣ ଅଭିନୟ ଏବଂ ଉଲ୍ଲେଖନୀୟ ପ୍ରତିଭା ସବୁବେଳେ ମନେ ରହିବ । ଏଥିପାଇଁ ସେ ପ୍ରଶଂସା ଯୋଗ୍ୟ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୁଁ ସମବେଦନା ଜଣାଉଛି । ଓମ୍ ଶାନ୍ତି ।’

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରମୈୟା ଲୀଲାବତିଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ଏକ ପୋଷ୍ଟରେ ସେ ଲେଖିଛନ୍ତି,‘ ଲୀଲାବତିଙ୍କ ଦେହାନ୍ତ ଖବର ଅତ୍ୟନ୍ତ ପୀଡ଼ାଦାୟକ । ନିକଟରେ ମୁଁ ଅସୁସ୍ଥତା ଖବର ଶୁଣି ତାଙ୍କୁ ଭେଟିଥିଲି । ତାଙ୍କ ପରିବାର ସହ ମଧ୍ୟ କଥା ହୋଇଥିଲି । ତାଙ୍କ ଆତ୍ମାର ଶାନ୍ତି ପାଇଁ କାମନା କରୁଛି । ଭଗବାନ ତାଙ୍କ ପରିବାରକୁ ଏହି ଦୁଃଖ ସମୟରେ ସାହା ହୁଅନ୍ତୁ ।’


୧୯୫୮ରେ ଲୀଲାବତି କନ୍ନଡ଼ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ । ସେ କନ୍ନଡ଼, ତାମିଲ ଏବଂ ତେଲୁଗୁ ଭଳି ଭାଷାରେ ୬୦୦ରୁ ଉଦ୍ଧ୍ୱର୍ ଫିଲ୍ମରେ କାମ କରିଛନ୍ତି । ସେ ଜଣେ ଥିଏଟର କଳାକାର ମଧ୍ୟ । କ୍ୟାରିୟର ସମୟରେ ସେ ଅନେକ ପୁରସ୍କାର ଏବଂ ସମ୍ମାନର ଅଧିକାରିଣୀ ଥିଲେ । ଭକ୍ତ କୁମ୍ଭାରା, ସନ୍ତ ତୁକାରାମ, ଭକ୍ତ ପ୍ରହ୍ଲାଦ, ମାଙ୍ଗଲ୍ୟ ୟୋଗ୍ ଏବଂ ମନ୍ ମୋଚ୍ଚିଦା ଭଳି ଫିଲ୍ମରେ ନିକ୍ଷୁଣ ଅଭିନୟ କରିଥିଲେ । ଲୀଲାବତିଙ୍କ ବିୟୋଗରେ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି । ସୋସିଆଲ ମିଡ଼ିଆରେ ଅନେକ କଳାକାର ଏବଂ ପ୍ରଶଂସକ ଏଥିପାଇଁ ଶୋକ ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.