fbpx

(Video): ଶାଢ଼ି ପିନ୍ଧି ସ୍ୱାମୀଙ୍କ ସହ ହକି ଖେଳିଲେ ତାପସୀ ପନ୍ନୁ, ଷ୍ଟାଇଲିଶ୍ ଲୁକରେ ଜିତିଲେ ଫ୍ୟାନ୍ସଙ୍କ ହୃଦୟ

ଓଡ଼ିଶା ଭାସ୍କର: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତାପସୀ ପନ୍ନୁ । ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ତାଙ୍କ ସ୍ୱାମୀ ମାଥିଆସ ବୋଇ(Mathias Boe)ଭାରତୀୟ ବ୍ୟାଡମିଣ୍ଟନ କୋଚ୍ ଭାବେ ଯାଇଥିଲେ । ସ୍ୱାମୀଙ୍କୁ ଉତ୍ସାହିତ କରିବା ପାଇଁ ତାପସୀ ପନ୍ନୁ ନିଜ ଭଉଣୀଙ୍କ ସହ ପ୍ୟାରିସ୍ ପହଂଚିଥିଲେ । ସେଠାରେ ସେ ବହୁତ ଏନଜୟ କରିଛନ୍ତି । ସୋସିଆଲ ମିଡିଆରେ ସ୍ୱାମୀଙ୍କ ସହ ହଳଦିଆ ଶାଢ଼ିରେ ହକି ଖେଳୁଥିବାର ଫଟୋ ବି ଶେୟାର କରିଛନ୍ତି । ଏଥିରେ ତାପସୀଙ୍କ ଲୁକ୍ ଓ ଅନ୍ଦାଜକୁ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି ।

Taapsee Pannu reacts to husband Mathias Boe's retirement post You are a married man - India Today

‘ହସୀନ ଦିଲରୁବା’ ଫେମ୍ ଅଭିନେତ୍ରୀ ତାପସୀ ପନ୍ନୁ ପ୍ୟାରିସ୍ ଟ୍ରିପର ଶେଷ ଦିନରେ ଅଲିମ୍ପିକ୍ସରେ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଥିବା ନେଇ ସେଲିବ୍ରେସନ୍ କରିଥିଲେ । ସେଦିନ ସେ ଏକ କଳା ଧଳା ଟପ୍ସ ସହ ହଳଦିଆ ଶାଢ଼ିରେ ନଜର ଆସିଥିଲେ । ସୁନ୍ଦର କେଶସଜ୍ଜା, ଗଗଲ୍ସ, ଓ ସ୍ମିତ ହସ ତାଙ୍କ ଲୁକକୁ ଆହୁରି ଦ୍ୱିଗୁଣିତ କରିଥିଲା । ସ୍ୱାମୀ ମାଥିଆସଙ୍କ ସହ ହକି ଷ୍ଟିକ୍ ଏବଂ ବଲ ସହ ଏକ ଫଟୋ ଶେୟାର କରି ତାପସୀ ଲେଖିଛନ୍ତି, ‘ଅଲିମ୍ପିକ୍ସରେ ଏହ ବେଶ ସୁନ୍ଦର ଉଜ୍ଜେ୍ୱଳ ଦିନ ଥିଲା । ପ୍ୟାରିସକୁ ଅଲବିଦା କହିବା ପୂର୍ବରୁ ପ୍ରାୟ ଏକ ସପ୍ତାହ ବିତାଇବା ଓ ଖେଳ ଦେଖିବା ବାସ୍ତବରେ ଏକ ନିଆରା ଅନୁଭୂତି । ବର୍ତ୍ତମାନ ମୋତେ ମୋ କର୍ମସ୍ଥଳକୁ ଫେରିବାକୁ ପଡ଼ିବ । ଦୁଇ ବର୍ଷର ପରିଶ୍ରମ ଖୁବ୍ ଶୀଘ୍ର ରିଲିଜ୍ ହେବ ।’ ତେବେ ବିଶେଷ କଥା ହେଉଛି ତାପସୀ ସ୍ୱାମୀଙ୍କ ସହ ହକି ଖେଳିବା ସମୟରେ ପିନ୍ଧିଥିବା ଛୋଟ ବ୍ୟାଗ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ‘ପ୍ରାଡା ବ୍ରାଣ୍ଡ୍‌’ର ଏହି ବ୍ୟାଗର ମୂଲ୍ୟ ପ୍ରାୟ ୧ କୋଟି ୯ ହଜାର ଟଙ୍କା ।

 

View this post on Instagram

 

A post shared by Taapsee Pannu (@taapsee)

Get real time updates directly on you device, subscribe now.