fbpx

(Video): ଚୋରକୁ ମିଳିଲା କର୍ମର ଫଳ; ଫୋନ୍ ଚୋରି କରି ଦୌଡ଼ୁଥିଲେ, ଆଖି ପିଛୁଳାକେ ବସ ତଳେ ଚାଲିଆସିଲେ

ଓଡ଼ିଶା ଭାସ୍କର: କଥାରେ ଅଛି ପ୍ରତ୍ୟେକ ବ୍ୟକ୍ତିକୁ ତା’ କର୍ମର ଫଳ ନିଶ୍ଚିତ ଭୋଗିବାକୁ ପଡ଼ିଥାଏ । ସେ ଶୀଘ୍ର ହେଉ କିମ୍ବା ବିଳମ୍ବରେ । ଚୋର ଟିଏ ଚୋରି କରିବାର ବିଭିନ୍ନ କାଇଦା ଜାଣିଥିଲେ ମଧ୍ୟ ବେଳେ ବେଳେ ସେ ଏପରି ଭୁଲ କରିଥାଏ ଯେଉଁଥିରେ ତା’ ଜୀବନ ପ୍ରତି ବିପଦ ଥାଏ । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଚୋରି କରିବାର କୁପରିଣାମ ଚୋର ଭୋଗିଥିବା ଦର୍ଶାଯାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରାଜିଲରେ ।

ଏହି ଭାଇରାଲ ଭିଡିଓରେ ଆପଣ ଦେଖିପାରୁଥିବେ ଜଣେ ବୟସ୍କ ବ୍ୟକ୍ତି କିପରି ନିଜ ଫୋନରେ କଥାବାର୍ତ୍ତା ହେଉଛନ୍ତି । ବୟସ ପାଖାପାଖି ୭୧ ବର୍ଷ । ଏହି ସମୟରେ ଫୋନ୍ ଚୋରି କରିବା ଉଦ୍ଦେଶ୍ୟରେ ଜଣେ ୧୭ ବୟସ୍କ ନାବାଳକ ଉକ୍ତ ବୟସ୍କ ବ୍ୟକ୍ତିଙ୍କ ପଛରେ ଛକି ରହିଛନ୍ତି । ଉଚିତ ମଉକା ପାଇଁ ଫୋନ ଛଡ଼ାଇ ଚୋର ସେଠାରୁ ଦୌଡ଼ି ପଳାଉଥିଲେ । ଏତିକି ବେଳେ ରାସ୍ତା ପାରି ହେଉଥିବା ବେଳେ ଏକ ଦୃତଗାମୀ ବସ ସହ ଧକ୍କା ହୋଇଥିଲା । ଏହି ଭୀଷଣ ଦୁର୍ଘଟଣା ପରେ ସମସ୍ତେ ଭାବିଲେ ଯେ ଚୋରକୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କ ଜୀବନ ବଞ୍ଚି ପାରିନଥିଲା । ଏହି ଭିଡିଓକୁ @collinRugg  ନାମକ ଜଣେ ବ୍ୟକ୍ତି ‘ଏକ୍ସ’ରେ ପୋଷ୍ଟ କରିଛନ୍ତି । ଏଭଳି ଦୃଶ୍ୟ ଦେଖି ଚୋରି କରିବା ପୂର୍ବରୁ ଚୋର ଏହାର ପରିଣାମ ବିଷୟରେ ଶହେ ଥର ବିଚାର କରିବ । ଅନେକ ସୋସିଆଲ ମିଡିଆ ୟୁଜର ଏହି ଭିଡିଓ ଦେଖି କମେଣ୍ଟ କରିଛନ୍ତି । ଜଣେ ଲେଖିଛନ୍ତି, ଚୋରକୁ ଚୋରି କରିବାର ନଥିଲା । ଯଦିଓ କରିଲା ରାସ୍ତା ପାର୍ ହେବା ସମୟରେ ଦୁଇ ପଟେ ଦେଖିବାର ଥିଲା । ଆଉ ଜଣେ ଲେଖିଛନ୍ତି ଚୋରକୁ ତୁରନ୍ତ ଏହାର କର୍ମର ଫଳ ମିଳିଛି । ସେହିପରି ଆଉ ଜଣେ କମେଣ୍ଟ କରିଛନ୍ତି, ‘ପ୍ରଥମ ଚୋରି ଥିଲା ବୋଧୁଏ, ଦୌଡ଼ିବା ଚକ୍କରରେ ଜୀବନ ଚାଲିଗଲା ।’

Get real time updates directly on you device, subscribe now.