fbpx

ଜମିବାଡ଼ି ମାମଲାରେ ଲାଞ୍ଚ ନେବାବେଳେ ASIଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତି ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ସୂଚନା ମୁତାବକ, ଭିଜିଲାନ୍ସ ଜାଲରେ ପଡିଛନ୍ତି ବନ୍ତ ଥାନା ଏଏସ୍‌ଆଇ ମାନସ କୁମାର ପରିଡ଼ା। ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳର ଏକ ଜମିବାଡ଼ି ମାମଲାରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ଦ୍ଵାରା ବନ୍ତ ଥାନା ମାନସ କୁମାର ପରିଡ଼ା ଧରାପଡିଛନ୍ତି।

ମିଳିଥିବା ସୂଚନା ଅନୁସାରେ ବନ୍ତ ଥାନା ଅଂଚଳର ଜଣେ ବ୍ୟକ୍ତିଙ୍କ ଠାରୁ ଏହି ASI ଜଣକ ଜମିବାଡ଼ି ମାମଲାର ରଫା ଦଫା କରିବା ପାଇଁ ଦଶ ହଜାର ଟଙ୍କା ଦାବି କରିଥିଲେ । ସେହି ଅନୁସାରେ ଏଏସ୍‌ଆଇ ଜଣକ ଅଭିଯୋଗ କାରୀଙ୍କୁ ଯୋଗାଯୋଗ କରି ବନ୍ତ ଥାନା ଛକରେ ଥିବା ଏକ ଜେରକ୍ସ ଦୋକାନରେ ଉକ୍ତ ଟଙ୍କା ଦେବା ପାଇଁ ଫୋନ୍ ମାଧ୍ୟମରେ ଜଣାଇଥିଲେ । ସେହି ଅନୁସାରେ ଉକ୍ତ ବ୍ୟକ୍ତି ଜଣକ ଜେରକ୍ସ ଦୋକାନରେ ଟଙ୍କା ଦେଇ ସାରିବା ପରେ ଏଏସ୍‌ଆଙ୍କୁ ଫୋନ୍ ରେ ଜଣାଇବା ପରେ ଥାନାକୁ ଆସି ଏଏସ୍‌ଆଇ ମାନସ କୁମାର ପରିଡ଼ାଙ୍କୁ ଅବଗତ କରିଥିଲେ।

ଏହାପରେ ଏଏସ୍‌ଆଇ ମାନସ କୁମାର ପରିଡ଼ା ଉକ୍ତ ଜେରକ୍ସ ଦୋକାନକୁ ଯାଇ ଟଙ୍କା ସେହି ବ୍ୟକ୍ତି ଜଣକ ଦେଇ ସାରିଥିବାର ଜାଣିବାକୁ ପାଇଥିଲେ। ଏହି ସମୟକୁ ପୂର୍ବରୁ ନଜର ରଖିଥିବା ୧୧ଜଣିଆ ଭିଜିଲାନ୍ସ ଟିମ୍ ଯାଇ ଉକ୍ତ ଜେରକ୍ସ ଦୋକାନ ପାଖରେ ପହଞ୍ଚି ଉକ୍ତ ଟଙ୍କା ଜବତ କରିବା ସହ ସମ୍ପୃକ୍ତ ଏଏସ୍‌ଆଇ ଜଣଙ୍କୁ ନିଜ ହେପାଜତକୁ ନେଇଥିଲେ। ଏହାପରେ ଏଏସ୍‌ଆଇ ମାନସ କୁମାର ପରିଡ଼ାଙ୍କୁ ଥାନାକୁ ଆଣି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ। ଏହି ଚଢାଉରେ ଭଦ୍ରକ ଭିଜିଲାନ୍ସ ଡିଏସ୍‌ପି ଏସ୍‌କେ ସାମନ୍ତରାୟଙ୍କ ସହ ବାଲେଶ୍ଵର ଏବଂ ଭଦ୍ରକ ଭିଜିଲାନ୍ସ ଟିମ୍‌ ସାମିଲ ଥିଲେ ।

Get real time updates directly on you device, subscribe now.