କେନ୍ଦୁଝର: ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର ଶରତ ଗିରି । ଭୂ-ଅର୍ଜନ ଉପ ବିଭାଗର ଡେପୁଟି କଲେକ୍ଟର ହେଉଛନ୍ତି ଶରତ ।
୫୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ । ଜମିଜମା ମାମଲାରେ ଲାଞ୍ଚ ନେଉଥିଲେ ଡେପୁଟି କଲେକ୍ଟର ।
ସୂଚନା ପାଇଁ ଭିଜିଲାନ୍ସ ଟିମ୍ ଶରତଙ୍କୁ ମାଡ଼ିବସିଥିଲା । ଅଟକ ରଖି ପଚରା ଉଚରା ଜାରି । ଭିଜିଲାନ୍ସ ପକ୍ଷରୁ ତଦନ୍ତ ମଧ୍ୟ ଆରମ୍ଭ ହୋଇଯାଇଥିବା ସୂଚନା ।