fbpx

CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଭୁବନେଶ୍ୱର ଓ ଜଗତସିଂହପୁରର ୩ଟି ସ୍ଥାନରେ ରେଡ୍

ଭୁବନେଶ୍ୱର: ପୁଣି ଏକ ଭିଜିଲାନ୍ସ ରେଡ୍ । ଖୋଲୁଛି କଳାଧନର ଗୁମର । CHSE ରେକର୍ଡ଼ ସପ୍ଲାୟର ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଦ୍ୱାରା ତାଙ୍କ ଘରେ ଚଢ଼ାଉ କରାଯାଇଛି । ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଭୁବନେଶ୍ୱର ଓ ଜଗତସିଂହପୁରର ୩ଟି ସ୍ଥାନରେ ଚଢ଼ାଉ ଚାଲିଛି ।

CHSE ଅଧିକାରୀ ପୁରେନ୍ଦ୍ର ସେଠୀଙ୍କ ସରକାରୀ କାର୍ଯ୍ୟାଳୟ, ପଟିଆ ସ୍ଥିତ ଘରେ ଚଢ଼ାଉ ଜାରି ରହିଛି । ପଟିଆ କାନନ ବିହାରରେ ତାଙ୍କର ୪ ମହଲା ବିଶିଷ୍ଟ ବିଲ୍ଡିଂ ରହିଛି । ଜଗତସିଂହପୁର କେଉପଡ଼ା ସ୍ଥିତ ପୈତୃକ ଘରେ ଚଢ଼ାଉ ଚାଲିଛି ।

Get real time updates directly on you device, subscribe now.